ଟ୍ରେନରୁ ଗଞ୍ଜେଇ ବସ୍ତା ପଡି ତିନିଜଣ ରେଳୱେ କର୍ମଚାରୀ ଆହତ
ଢ଼େଙ୍କାନାଳ ---- ହାୱାଡ-- ସମ୍ବଲପୁର ଏକ୍ସପ୍ରେସ ଟ୍ରେନରେ ଗଞ୍ଜେଇ ଯାଉଥିଲା । ମାତ୍ର କୌଣସି କାରଣରୁ ବା ଗଞ୍ଜେଇ ବେପାରୀ ମାନେ ଉକ୍ତ ସ୍ଥାନରେ ଗଞ୍ଜେଇ ବସ୍ତା ଚଳନ୍ତା ଟ୍ରେନରୁ ପକାଇଥିଲେ । ଉକ୍ତ ଟ୍ରାକରେ ରେଳୱରେ ତିନିଜଣ ଗ୍ୟାଙ୍ଗମ୍ୟାନ କାମ କରୁଥିବା ବେଳେ ଗଞ୍ଜେଇ ବସ୍ତା ଗୁଡିକ ସେମାନଙ୍କ ଉପରେ ପଡିଥିଲା । ଯାହା ଫଳରେକି ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଢ଼େଙ୍କାନାଳ - ଶ୍ୟାମଚରଣପୁର ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା । ଆହତରେଳ କର୍ମଚାରୀଙ୍କୁ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ନିଆଯାଇଛି । ଅନ୍ୟ ପକ୍ଷେ ଆରପିଏଫ ତଦନ୍ତ ଜାରି ରଖିଛି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି


