ads

Breaking News

ନୟାଗଡ଼ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ହେଲେ ରଣପୁର ବିଧାୟକ


ନୟାଗଡ଼:ନୟାଗଡ଼ ଜିଲ୍ଲାର ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏକ ପରିଚିତ ନାଁ । ତାଙ୍କର ବଳିଷ୍ଠ କାର୍ଯ୍ୟଦକ୍ଷତା, ନମ୍ର ସ୍ଵଭାଵ ଏବଂ ନିସ୍ୱାର୍ଥ ସେବାପାଇଁ ସାରା ନୟାଗଡରେ ପରିଚିତ ।  ବିଗତ ଦିନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବାର ଗୁରୁଦାୟିତ୍ୱ ବହନ କରିଛନ୍ତି।ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ତାଙ୍କୁ ନୟାଗଡ଼ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।ନୟାଗଡ଼ ଜିଲ୍ଲାକୁ ସାରା ଓଡ଼ିଶାରେ ଏକ ଆଦର୍ଶ ଜିଲ୍ଲା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି । 
ଓଡ଼ଗାଁରୁ  ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts