ads

Breaking News

ବରକେରା ବିଦ୍ୟାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

 
ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି।  କାର୍ଯ୍ୟକ୍ରମ ଆରମ୍ଭରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ଶକ୍ତି ସଂରକ୍ଷଣ ଉପରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର  ଶିକ୍ଷକ ମିଟୁ କିଶୋର ପ୍ରଧାନ। ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ପୁରୁଷୋତ୍ତମ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେବା ସହିତ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ବକ୍ତାମାନେ କିଭଳି ଶକ୍ତି ସଂରକ୍ଷଣ,ଜଳ ସଂରକ୍ଷଣ,ବନ ସଂରକ୍ଷଣ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ସଭାରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ଅଜଥାରେ ଶକ୍ତି,ଜଳ ଓ ବଣ ନଷ୍ଟ ନ କରିବା ପାଇଁ ସଂକଳ୍ପ ନେଇଥିଲେ। ସର୍ବ ଶେଷରେ ବିରଞ୍ଚିନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୨/୨୦୨୨---୧୨,୧୦ Sakhigopal News,15/12/2022

ads

Blog Archive

Popular Posts