ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡାଉସବ ଉଦ୍‌ଘାଟିତ




 ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୧ମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବାର୍ଷିକ କ୍ରିଡା ଆରମ୍ଭ ହୋଇଛି।ଶ୍ରେଣୀ ଅନୁଯାଇ ଭିନ୍ନ ଭିନ୍ନ ଖେଳଖୁଦ ବଣ୍ଟନ କରାଯାଇ ଦୈଡ, ହାଇଜମ୍ପ୍‌,ଲଙ୍ଗଜମ୍ପ୍‌,ସଟ୍‌ପୁଟ୍‌,ମ୍ୟୁଜିକ୍‌ ଚେୟାର,ଗଣିତ ରେସ୍‌,ଲେମନ୍‌ ରେସ୍‌,ସ୍ଲୋ ସାଇକେଲ୍‌,ସ୍କିପିଂ ଓ ପୁଚି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ସୂଚନା ପ୍ରଦାନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ ମୂଖ୍ୟ ଅତୀଥି ଭାବେ ଯୋଗ ଦେଇ କ୍ରିଡା ପତାକା ଉତ୍ତୋଳନ  କରିଥିଲେ ।  ଗୋପୀନାଥ ଦେବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଓ ତୃତୀୟା ଦେବ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ।ଅଭିଭାବକ କମିଟିର ସଭାପତି ସନାତନ ସାହୁ ଏବଂ ସିଆରସିସି ସରୋଜ କୁମାର ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରାଇଥିଲେ। ଭାରପ୍ରାପ୍ତ ପ୍ରଧାନ  ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ବାର୍ଷିକ କ୍ରିଡା ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଛନ୍ତି  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୨/୨୦୨୨---୮,୩୦ Sakhigopal News,19/12/2022

ads

Blog Archive

Popular Posts