ads

Breaking News

ବରକେରାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ


  ଡେଲାଙ୍ଗ---   ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରକେରା ଗ୍ରାମର ଆରାଧ୍ୟ ଦେବତା ଭାଗବତ ବାସୁଦେବଙ୍କ ପ୍ରାଙ୍ଗଣରେ ତୁଳସୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥି ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ପରିବେଶ କର୍ମି ମିଟୁ କିଶୋର ପ୍ରଧାନ। ଉକ୍ତ ସଭାରେ ଲେନିନ୍ ପ୍ରଧାନ,କାଳନ୍ଦି ପରିଡା , ପ୍ରକାଶ ପରିଡା,ପ୍ରଶାନ୍ତ ପ୍ରଧାନ ପ୍ରମୁଖଙ୍କ ସହିତ ବରକେରା, ଅଳଉତା ଓ ବେଲପଡା ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ। ବକ୍ତାମାନେ ତୁଳସୀର ଉପକାରିତା, ଔଷଧୀୟ ଗୁଣ ଓ ବାୟୁମଣ୍ଡଳକୁ ଅମ୍ଳଜାନ ଯୋଗାଉଛି ତାହା ଉପରେ ଆଲୋକପାତ କରିଥିଲେ।ସମସ୍ତେ ତୁଳସୀ ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ ନେଇଥିଲେ।ସର୍ବ ଶେଷରେ ଲେନିନ୍ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଅଳଉତା, ବେଲପଡା, ବରକେରାର କଳାକାରମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ତବଲାରେ ମାନୁ ପରିଡା, କିବୋର୍ଡ଼ରେ ଲେନିନ୍ ପ୍ରଧାନ ଓ ପ୍ୟାଡରେ ବୁଲୁ (ବୋଳକଣା) ସହଯୋଗିତା କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୨/୨୦୨୨---୭,୪୦ Sakhigopal News,26/12/2022

ads

Blog Archive

Popular Posts