ads

Breaking News

ମା ମଣିନାଗ ଓ ଗୋପିନାଥ ମନ୍ଦିରର ପୁନଃ ଉଦ୍ଦାର ପାଇଁ ପଡିଲା ଶୁଭ

 


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଷୋଳଶାସନ ମଧ୍ୟରୁ ଅନ୍ୟତମ ଶାସନ ଗ୍ରାମ ଭାବେ ବେଶ ପରିଚିତ ବୀରରାମଚନ୍ଦ୍ରପୁର । ଗ୍ରାମ ମୁଣ୍ଡରେ କାହିଁ କେଉଁକାଳରୁ ମା ମଣିନାଗ ଓ ଗୋପିନାଥ ଏକାଠି  ପୂଜା ପାଇ ଆସୁଛନ୍ତି । ଗୋପିନାଥଙ୍କ ନୀତିକାନ୍ତ ଅଲଗା ହେଉଥିବା ବେଳେ ମା ମଣିନାଗଙ୍କ ନୀତିକାନ୍ତି ସ୍ୱତନ୍ତ୍ର ଭାବେ କରାଯାଉଛି । ମାତ୍ର ଦୁଇଜଣ ଗୋଟିଏ ମନ୍ଦିରରେ ରହି ଆସୁଛନ୍ତି । ଏହି ମନ୍ଦିରଟି ବହୁ ପୁରାତନ ମନ୍ଦିର ଭାବେ ପୁରୀ ଜିଲ୍ଲାରେ ଜଣାଶୁଣା । ଅନେକ ଦିନ ହେବ ମନ୍ଦିରର ପୁନଃ ଉଦ୍ଦାର କରିବା ପାଇଁ ଗ୍ରାମବାସୀ ଓ ମନ୍ଦିର ଟ୍ରଷ୍ଟୀଙ୍କ ପକ୍ଷରୁ ସତ୍ୟବାଦୀ ବିଧାୟକ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା । ବୁଧବାର ସକାଳେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଚେଷ୍ଟା ଫଳରେ ଉକ୍ତ ମନ୍ଦିରର ପୁନଃ ଉଦ୍ଦାର ପାଇଁ ନଡିଆ ବାଡେଇ ଶୁଭଦାନ କରାଯାଇଥିବା ଜଣାପଡିଛି । ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଭାସ୍କର ମିଶ୍ରଙ୍କ ତତ୍ୱବଧାନରେ  ସତ୍ୟବାଦୀ ବିଧାୟକ ଶ୍ରୀ ସମାନ୍ତରାୟ, ସଂସ୍କୃତି ବିଭାଗର ଭାରପ୍ରାପ୍ତ ସେକ୍ରେଟାରୀ ରଞ୍ଜନ କୁମାର ଦାସ, ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଅଶ୍ୱନୀ କୁମାର, ପତ୍ନତତ୍ତ୍ୱ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ନନ୍ଦ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା, ସମିତିସଭ୍ୟ ରାଜନ ଭୋଇଙ୍କ ସହିତ ମନ୍ଦିରର ନ୍ୟାସୀମଣ୍ଡଳୀ, ସେବାୟତ ଓ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ସହଯୋଗ ରହିଲେ ନିଶ୍ଚିତ ଭାବେ ଏକ ସୁନ୍ଦର ମନ୍ଦିର ତିଆରି ହୋଇ ପାରିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ  କହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୨  Sakhigopal News, 28/12/2022

ads

Blog Archive

Popular Posts