ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ୫ ଟି ଓ ମୋ ସ୍କୁଲ କୋର୍ଡିନେଟର



ସାକ୍ଷୀଗୋପାଳ,--ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳର ମୋ ସ୍କୁଲ୍‌ ଓ୫ ଟି ର କୋର୍ଡିନେଟର ଶ୍ରୀ ସନ୍ତୋଷ କୁମାର ଚୌଧୁରୀ। ତାଙ୍କ  ସହ ଦୀପକ୍‌ କୁମାର ନାୟକ ଏବଂ ସତ୍ୟବାଦୀ ବ୍ଲକ ଶିକ୍ଷା ମଣ୍ଡଳର କୋର୍ଡିନେଟର ଶ୍ରୀ ଉମାକାନ୍ତ ମିଶ୍ର ଉପସ୍ଥିତ ଥିଲେ। ପ୍ରଥମେ ବିଦ୍ୟାଳୟ ପରିସରରେ ପୂଣ୍ୟତ୍ମା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଓ ଧୂପ ପ୍ରଦାନ କରିଥିଲେ ଶ୍ରୀ ଚୌଧୁରୀ। ପୂର୍ବରୁ ପ୍ରଥମ ଫେଜ୍‌ରେ ହେଇଥିବା ଫାଇଭ୍‌ ଟି କାମ ବୁଲି ଦେଖିବା ସହ ଦୁଇଟି ସ୍ମାର୍ଟ କ୍ଲାସ୍‌ ରୁମ,ଇ-ଲାଇବ୍ରେରି ଓ ବିଜ୍ଞାନାଗାର ପରିଦର୍ଶନ କରିଥିଲେ ଉକ୍ତ ଟିମ୍‌। ବିଦ୍ୟାଳୟର ଭାରପ୍ରାପ୍ତ ପଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ,ଶିକ୍ଷକ ବସନ୍ତ କୁମାର ସାହୁ, ଶାରୀରିକ ଶିକ୍ଷା ସୁଚିତ୍ର ଖଟେଇ ଓ ଅଭିଭାବକ କମିଟିର ସଭାପତି ସନାତନ ସାହୁ ସେମାନଙ୍କୁ ସହଯୋଗ କରିବା ସହ ଛୋଟ ବଡ ସମସ୍ୟା ବିଷୟରେ ଅବଗତ କରାଇଥିଲେ। କୋର୍ଡିନେଟର ଶ୍ରୀ ଚୌଧୁରୀଙ୍କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ହେବା ସହ ଅଭିନନ୍ଦନ ଜଣାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୨/୨୦୨୨---୮,୪୦ Sakhigopal News,17/12/2022

ads

Blog Archive

Popular Posts