ads

Breaking News

ଲକ୍ଷ୍ମୀ ନାରାୟଣ ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ଚୟନ ଓ ପହିଲିଭୋଗ


ସାକ୍ଷୀଗୋପାଳ ---- ସ୍ଥାନୀୟ ବୀରରାମଚନ୍ଦ୍ରପୁର ପଞ୍ଚାୟତର କବିରାଜପୁର ଗ୍ରାମରେ ପୂଜିତ ଲକ୍ଷ୍ମୀ ନାରାୟଣ ମନ୍ଦିରର ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ଚୟନ ସହିତ ପହିଲିଭୋଗ ଅନୁଷ୍ଠିତ ହୋଇଯାଇଛି । ୮ଟି ଗ୍ରାମର ସଦସ୍ୟ ମାନେ ଏହି ସଭାରେ ଯୋଗଦାନ କରିଥିଲେ । ଅନୁଷ୍ଠିତ ସଭାରେ ବୀରେନ୍ଦ୍ର ଭୂଷଣ ହୋତା ସଭାପତିତ୍ୱ କରିଥିଲେ । ସୁରକ୍ଷା କମିଟିର ସମ୍ପାଦକ ନଟବର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବା ସହ ସମ୍ପାଦକୀୟ ବିରବିଣୀ ପାଠ କରି ବାର୍ଷିକ ଆୟବ୍ୟୟର ହିସାବ ଦେଇଥିଲେ । ସୁରକ୍ଷା କମିଟିର ସଦସ୍ୟ ଦେପୁର ନିବାସୀ ଶ୍ରୀଧର ପାଣିଙ୍କ ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଦସ୍ୟ ପ୍ରସନ୍ନ କୁମାର ଶତପଥିଙ୍କୁ ନିର୍ବାଚନ ଅଧିକାରୀ ଭାବେ ରଖାଯାଇଥିଲା । ସେ ବୀରେନ୍ଦ୍ର ଭୂଷଣ ହୋତାଙ୍କୁ ସଭାପତି ,ଉପସଭାପତି ଭାବେ ନବ କିଶୋର ହୋତା, ସାଧାରଣ ସମ୍ପାଦକ ନଟବର ଆଚାର୍ଯ୍ୟ, କୋଷାଧ୍ୟକ୍ଷ  ଅନିଲ  ଦାସ, ସମୀକ୍ଷକ ଭାବେ ପ୍ରଭାକର ଦାଶ ରହିଥିବା ବେଳେ କାର୍ଯନିବାହୀ ସଦସ୍ୟ ଭାବେ ବାବନ ପଣ୍ଡା, ମହେଶ୍ୱର ଦାଶ, ଜଗନ୍ନାଥ ଦାଶ, ସୁରେନ୍ଦ୍ର ହୋତା, ସଦାତନ ଦାସ, ରମା ରଞ୍ଜନ ଶତପଥି, ରବି ନାରାୟଣ ଦାଶ, ରନ୍ଦ୍ର ଶେଖର ପାଣି, ଧଡୁ ଦାସ, ପ୍ରଫୁଲ କୁମାର ପାଣି ଓ ସନ୍ତୋଷ ଦାସ ପ୍ରମୁଖ ରହିଛନ୍ତି । ବାବନ ପଣ୍ଡା ସଦସ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ପରେ ସମସ୍ତେ ଲକ୍ଷ୍ମୀ ନାରାୟଣଙ୍କ ପହିଲିଭୋଗ ପ୍ରସାଦ ପାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୨---୭,୧୦   Sakhigopal News , 26/12/2022

ads

Blog Archive

Popular Posts