ads

Breaking News

ଦୁଲଣାପୁର ହାଇସ୍କୁଲ 2007 ବ୍ଯାଚ୍ ର ବନ୍ଧୁ ମିଳନ



କଟକ_----  କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ହାଇସ୍କୁଲର 2007 ମସିହା ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ ଅଂଶୁପା ସ୍ଥିତ ଓମ୍ ସାଇ  ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ 35 ଜଣ ପୁରାତନ ଛାତ୍ର ଯୋଗଦାନ କରିଥିଲେ। ଯୁବ ସମାଜ ସେବୀ ନିରଞ୍ଜନ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କୁମାର ନାୟକ ପରିଚାଳନା କରିଥିଲେ। ସମସ୍ତ ବନ୍ଧୁ ଏକାଠି ହୋଇ ବିଗତ ଦିନର ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ । ଏହାସହିତ ଦୁଲଣାପୁର ହାଇସ୍କୁଲ ରେ ବୃକ୍ଷ ରୋପଣ କରାଯିବ ବେଲି ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା। ଏହି ଉତ୍ସବକୁ ଶୁଭ ଲକ୍ଷ୍ମୀ ପରିଡ଼ା, ମୁକେଶ ରାଉତ, ସର୍ବେଶ୍ଵର ନାୟକ, ପ୍ରଭାତି ଜେନା, ଲକ୍ଷ୍ମୀଧର ରାଜ, ଗୀତାଞ୍ଜଳି ପଢିଆରୀ, କେଦାରନାଥ ପରିଡ଼ା, କୃପାସିନ୍ଧୁ ସାହୁ, ସୁରେଶ ନାୟକ, ରାଜିବ ନାୟକ, ଜ୍ୟେତିରଞ୍ଜନ ନାୟକ, ସୁକାନ୍ତ ନାୟକ  ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ୩୦/୧୨/୨୦୨୨---୯,୪୫ Sakhigopal News,30/12/2022

ads

Blog Archive