ads

Breaking News

କୁରାଳ ସୋସାଇଟି ଦୁର୍ନିତୀ ମାମଲା, ନିଲମ୍ବିତ ହେଲେ କୁରାଳ ସୋସାଇଟି କୋଷାଧ୍ୟକ୍ଷ


 
ଓଡ଼ଗାଁ---- କୁରାଳ ସୋସାଇଟି କୋଷାଧ୍ୟକ୍ଷ ତ୍ରିନାଥ ଦାଶ ନିଜ କାର୍ଯ୍ୟରେ ଅବହେଳା ଓ ଜମାକାରୀଙ୍କ ଟଙ୍କା ହେରଫର ଅଭିଯୋଗରେ ଆଜି ନିଲମ୍ବିତ ହୋଇଥିବା ଜଣାପଡିଛି। ୨୦୧୬-୧୭ ର ଅଡିଟ୍ ରିପୋର୍ଟ ର ଅବହେଳା କରିବା ସହ ତତ୍କାଳୀନ ସୋସାଇଟି ସମ୍ପାଦକ କାଳୁଚରଣ ରାଉତ ଙ୍କ ସହ ମିଶି ଶ୍ରୀ ଦାଶ ଆର୍ଥିକ ତୋଷାରପାତ କରିଥିବା ନେଇ ବିବାଦ ଘେରକୁ ଆସିଥିଲେ।  ତେବେ ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ରେ ମଧ୍ଯ ପ୍ରକାଶିତ ହୋଇଥିଲା। ଏହାସହ ଏହି ଦୁର୍ନିତୀରେ ଉବୁଟୁବୁ କୋଷାଧ୍ୟକ୍ଷ ତ୍ରିନାଥ ଦାଶ ଙ୍କ ପ୍ରତି କୌଣସି କାର୍ଯ୍ଯାନୁଷ୍ଠାନ ନ ନିଆଯାଏ, କିମ୍ବା ତ୍ରିନାଥ ଦାଶ ତାଙ୍କୁ ନୋଟିସ ହୋଇଥିବା ଚିଠି ଅନୁସାରେ ଅର୍ଥ ଫେରସ୍ତ ନକରନ୍ତି ତେବେ ଛାତ୍ର କଂଗ୍ରେସ ଓ ପୀଡିତ ହିତାଧିକାରୀଙ୍କ ମିଳିତ ଉଦ୍ୟମରେ ସମସ୍ତେ ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରେ ଧାରଣାରେ ବସିବେ ବୋଲି ସାମ୍ବାଦିକ ସମ୍ମୀଳନୀ ରେ ଛାତ୍ର କଂଗ୍ରେସ ଚେତାବନୀ ଦେଇଥିଲା। ଏହା ପରେ କୋଷାଧ୍ୟକ୍ଷ ତ୍ରିନାଥ ଦାଶ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ଓଡ଼ଗାଁ ରୁ ଦୀଲିପ କୁମାର ବିଷୋୟୀ,୩୦/୧୨/୨୦୨୨---୪,୧୫ Sakhigopal News,30/12/2022
 
 ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ

ads

Blog Archive

Popular Posts