ads

Breaking News

କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ସ୍ମାରକୀ ଉତ୍ସବ ପାଳିତ




  ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଲକ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ଛାତ୍ର ସଂସଦ ଦ୍ୱାରା ସୁବର୍ଣ୍ଣ ଜୟନ୍ତୀ ପଞ୍ଚମ ସ୍ମାରକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ଅବସରପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ସାହୁ ସଭାପତିତ୍ୱ କରିଥିଲେ।  କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବରେ ନୂଆଖୋଲମରା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ଉପେନ୍ଦ୍ର କୁମାର କାନୁନଗୋ ଓ କେତକୀପାଟଣା ଗ୍ରାମପଞ୍ଚାୟତ ସରପଞ୍ଚ ବିନତି ନାୟକ ଉପସ୍ଥିତ ରହିଥିଲେ।  ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଗୁରୁବନ୍ଦନା କରାଯାଇଥିଲା । ବିଦ୍ୟାଳୟ ର ପୁରାତନ ଛାତ୍ର ଓ ଶିକ୍ଷକ ମାନେ ନିଜ ନିଜ ର ଅଭିଭାଷଣ ରଖିଥିଲେ ।  ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁରାତନ ଓ ବର୍ତ୍ତମାନ ର ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ଉପହାର ପ୍ରଦାନ କରିଥିଲେ। ଭାଗିରଥି ସାହୁ ମଞ୍ଚ ପରିଚାଳନା କରିଥିଲେ। ନରେନ୍ଦ୍ର କୁମାର କାନୁନଗୋ ,ଗୋବିନ୍ଦ ଫାରକ, ଅକ୍ଷୟ ନାୟକ, ବିଦ୍ୟାଧର ପାତ୍ର, ଆଇନଜୀବି ଶ୍ରୀ ବୈଦ୍ୟନାଥ ପାଣି, ବାମଦେବ ବରାଳ, ସୁଦର୍ଶନ ସେନାପତି, ଆର୍ତ୍ତତ୍ରାଣ ପଟ୍ଟନାୟକ,ଅଭିମନ୍ୟୁ ପ୍ରଧାନ ଓ ଅନ୍ୟ ପୁରାତନ ଛାତ୍ର ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୨/୨୦୨୨----୫,୧୦ Sakhigopal News,31/12/2022

ads

Blog Archive

Popular Posts