ads

Breaking News

ରେମଣ୍ଡା ର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଉନ୍ନବିଂଶତମ ବାର୍ଷିକ ଉତ୍ସବ ପାଳିତ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା  ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉନ୍ନବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଭାପତିତ୍ବ କରିଥିଲେ ପରିଚାଳନା କମିଟିର ସଭାପତି ଯୋଗେଶ୍ବର ସାହୁ। ଏଥିରେ ମୁଖ୍ଯ ଅତିଥି ଭାବେ ବରଗଡ଼ ଲୋକସଭା ସଦସ୍ୟ ଶ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସହପ୍ରାନ୍ତ ପ୍ରଚାରକ ସ୍ଵୟଂ ସାଥୁଆ ଯୋଗ ଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ର ସମ୍ପାଦକ କିଶୋର କୁମାର ପାଇକ ଯୋଗ ଦେଇଥିଲେ।  ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶିବାନନ୍ଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସମୟରେ ବିଦ୍ୟାଳୟ ର କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟର ଗୁରୁମା ସୁନଦା ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ପରିଶେଷରେ ପରିଚାଳନା କମିଟି ସଦସ୍ୟା ସସ୍ମିତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ନାଟ୍ୟକାର ପ୍ରଶାନ୍ତ ପଣ୍ଡା ଙ୍କ ରଚିତ ଓ ଛବିଳ ପ୍ରଧାନଙ୍କ  ନିର୍ଦ୍ଦେଶନାରେ ନାଟକ "ଅମୃତ ସଂଧାନ" ପ୍ରଦର୍ଶିତ ହୋଇଥିଲା । ସାଂସ୍କୃତିକ ପ୍ରମୁଖ ପଦ୍ମଲୋଚନ ପଟେଲ, କୁମୁଦିନୀ ପ୍ରଧାନ ଓ ସଞ୍ଜଳି ସାହୁଙ୍କ  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।  ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା କମିଟି ର ସମସ୍ତ ସଦସ୍ୟ, ସଦସ୍ୟା, ଅଭିଭାବକ, ଅଭିଭାବିକା ଶୁଭେଚ୍ଛୁ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୨/୨୦୨୨----୧୧,୧୦ Sakhigopal News,27/12/2022

ads

Blog Archive

Popular Posts