ads

Breaking News

ରେମଣ୍ଡା କ୍ରୀଡା ସଂସଦ ପକ୍ଷରୁ ଗ୍ରାମାଞ୍ଚଳ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ

 
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କ୍ରୀଡା ସଂସଦ, ରେମଣ୍ଡା ପକ୍ଷରୁ ଗ୍ରାମାଞ୍ଚଳ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଏକାଦଶୀଆ ହଟେଇ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ମ୍ୟାଚ ରେ ଅରଯୁଣ୍ଡା  ଓ ତାଲମେଣ୍ଡା ଦଳ ମଧ୍ୟରେ ହୋଇଥିଲା। ଏଥିରେ ତାଲମେଂଡା ଦଳ ୫ ଉଇକେଟ୍ ବିଜୟୀ ହୋଇଥିଲା। ଦ୍ଵିତୀୟ ଲୁହାଖଣ୍ଡି ଓ ସୋର୍ଣ୍ଣା ଦଳ ମଧ୍ୟରେ ହୋଇଥିଲା । ଏଥିରେ ସୋର୍ଣ୍ଣା ଦଳ ବିଜୟୀ ହୋଇଥିଲେ। କ୍ୱାଟର ଫାଇନାଲରେ ସୋର୍ଣ୍ଣା ଓ ତାଲମେଂଡା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋର୍ଣ୍ଣା ଦଳ ନିର୍ଧାରିତ ୮ ଓଭରରେ ୧୧୦ ରନ ସଂଗ୍ରହ କରିଥିଲେ, ତାଲମେଂଡା ଦଳ ନିର୍ଧାରିତ ଓଭରରେ ୬୫ ରନ ସଂଗ୍ରହ କରିଥିଲେ ଫଳରେ ସୋର୍ଣ୍ଣା ଦଳ ବିଜେତା ହୋଇଥିଲେ ।ମାଟ୍ରିନ ଖାନ ୨୩ ବଲ ରେ ୪୨ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ଜଗଦାନନ୍ଦ କୁମ୍ଭାର, ଲିକନ ସେଠ, ସୁରଜ ସାହୁ, ବଲରାମ ଭୋଇ ଓ ଜାନୁ। ସ୍କୋରର ଅଭିଲାଶ ଭୂଏ ଓ ପଦ୍ମଲୋଚନ ପଟେଲ ।ଧାରାବିବରଣୀ ପ୍ରଦାନ କରିଥିଲେ ବାପି ସାହୁ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୨/୨୦୨୨---୯,୪୫ Sakhigopal News,30/12/2022

ads

Blog Archive

Popular Posts