ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡା ଉଦଯାପିତ




ସାକ୍ଷୀଗୋପାଳ---- ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା କ୍ରିଡା ଉଦ୍‌ଯାପିତ ହୋଇଯାଇଛି । ସତ୍ୟବାଦୀ ଶିକ୍ଷା ମଣ୍ଡଳର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାସ କୁମାର କରଣ ଅତିଥି ଭାବେ ଯୋଗଦେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଇବା ସହ କ୍ରିଡା ପତାକାକୁ ଅବତରଣ କରିଥିଲେ । ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ଅତିଥି ପ୍ରଦାନ କରିଥିଲେ।ଶିକ୍ଷକ ବସନ୍ତ କୁମାର ସ୍ବାଇଁ,ଚିନ୍ମୟ କୁମାର ଜେନା,ମୃତ୍ୟୁଞ୍ଜୟ ମହାପାତ୍ର ଓ ଶିକ୍ଷୟିତ୍ରୀ ସୌଦାମିନୀ ନାୟକ,ଗୀତାଞ୍ଜଳି ବେହେରା,ନିହାରିକା ସେନାପତି, ଉର୍ମିଳା ଦାଶ,ତପସ୍ବିନି ତ୍ରିପାଠୀ,ଦୀପାମୁଦ୍ରା ଗୁରୁ, କୃଷ୍ଣପ୍ରିୟା ଦାଶ  ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଭାରପ୍ରାପ୍ତ ପଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।   ଉଦ୍‌ଯାପନୀ ଅବସରରେ ଧନ୍ୟବାଦ ଜଣାଇଥିଲେ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୨/୨୦୨୨---୧୦,୧୫ Sakhigopal News,21/12/2022

ads

Blog Archive

Popular Posts