ads

Breaking News

ଦିନିକିଆ ଓଡ଼ଗାଁ ଗସ୍ତରେ ମୁଖ୍ଯ ଶାସନ ସଚିବ



ଓଡ଼ଗାଁ:- ଆଜି ଦିନିକିଆ ଓଡ଼ଗାଁ ଗସ୍ତରେ ଆସିଛନ୍ତି ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର। ସେ ପ୍ରଥମେ ନୟାଗଡ଼ ଜିଲ୍ଲା ମହୋସ୍ଛବ ଓ ପଲିଶ୍ରୀ ମେଳାର ଅନୁଧ୍ଯାନ କଲା ପରେ ଓଡ଼ଗାଁ ଗସ୍ତରେ ଆସିଥିଲେ। ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ମନ୍ଦିର ଭ୍ରମଣ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ୫ଟି ମାଧ୍ୟମରେ ରଘୁନାଥ ମନ୍ଦିରର ନବୀକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ଯ ଶାସନ ସଚିବ ରଘୁନାଥ ମନ୍ଦିରରୁ ବାହାରିଲା ବେଳେ ଓଡଗାଁ ବିକାଶ ପକିଷଦର ସଦସ୍ଯ ମାନେ ରଘୁନାଥଙ୍କ ଯାଗାରେ ଜବରଦଖଲ କରିଥିବା ଲୋକଙ୍କ ବିରୁଧରୋ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପରେ ଓଡ଼ଗାଁ ରାମ ସାଗର ପାର୍କ ପରିଭ୍ରମଣ କରିଥିଲେ।  ମୁଖ୍ଯ ଶାସନ ସଚିବଙ୍କ ସାଥିରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ନୟାଗଡ଼ ଉପଜିଲ୍ଲାପାଳ, ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ , ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ, ୨ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଆଦି ଉପସ୍ଥିତ ଥିଲେ।
ଓଡ଼ଗାଁ ରୁ ଦୀଲିପ କୁମାର ବିଷୋୟୀ,୨୪/୧୨/୨୦୨୨---୪,୨୫ Sakhigopal News,24/12/2022

ads

Blog Archive

Popular Posts