ads

Breaking News

ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି




ଭଞ୍ଜନଗର---ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 197ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।  ଜିଲ୍ଲାପାଳ ତ୍ୱରିତ 20ଟି ଅଭିଯୋଗର ଫଇସଲା କରିଥିଲେ। ଆଜିର ଅଭିଯୋଗ ସମୟରେ ଜିଲ୍ଲାପାଳ ସାମାଜିକ ସୁରକ୍ଷା ବିଭାଗ ତରଫରୁ 8 ଜଣଙ୍କୁ ଦିବ୍ଯାଙ୍ଗ ଭତ୍ତା ପ୍ରଦାନ କରିଥିଲେ । ଏହା ସହିତ ଜିଲ୍ଲାପାଳ 8ଜଣଙ୍କୁ ଜଙ୍ଗଲ ଜମିପଟା ବଣ୍ଟନ କରିଥିଲେ।ରେଡକର୍ସ ଫଣ୍ଡରୁ ଜଣକୁ ପନ୍ଦର ହଜାର ଟଙ୍କା ଏଂବ ଅନ୍ୟ ଦୁଇ ଜଣକୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ ।  ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ  ଜ୍ୟୋତିଶଙ୍କର ରାୟ, ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର,  ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ,  ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ, ଅଞ୍ଜଳୀ ମାଝୀ, ଭଞ୍ଜ ନଗର ତହସିଲଦାର ଅଚ୍ୟୁତା ନନ୍ଦ ଯାନୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,ସାମାଜିକ ସୁରକ୍ଷା  ଅଧିକାରୀ  ଏସିଓ ଶବର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୨---୭,୧୦ Sakhigopal News,19/12/2022

ads

Blog Archive

Popular Posts