ads

Breaking News

ପ୍ରେସକ୍ଲବ ଓ ଟ୍ରିନିଟି ହସ୍ପିଟାଲ ମିଳିତ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର



ଜଟଣୀ---: ଜଟଣୀ ପ୍ରେସକ୍ଲବ ଓ ଟ୍ରିନିଟି ହସ୍ପିଟାଲ ଭୁବନେଶ୍ୱରର ମିଳିତ ସହଯୋଗରେ  ସ୍ଥାନୀୟ ବେଣାପଞ୍ଜରୀ ପଞ୍ଚାୟତ ବିଶିଆପଡ଼ାଠାରେ ଥିବା ପ୍ରିମିୟର ସ୍କୁଲ ଅଫ ନର୍ସିଂରେ ଏକ ମାଗଣା ସ୍ୱାସ୍ଥ୍ୟ  ସେବା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିର କୁ ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ଏବଂ ପ୍ରିମିୟର ନର୍ସିଂ ସ୍କୁଲର ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସହରାଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳ ପ୍ରତି କାହାରି ଦୃଷ୍ଟି ଆକର୍ଷଣ ହେଉ ନାହିଁ। ଅନ୍ୟପଟେ ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ବର୍ଗର ଲୋକମାନେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଥିବା ବେଳେ ସେମାନେ ଏହାର କାର୍ଯ୍ୟ କାରିତା ସମ୍ୱନ୍ଧରେ ଅବଗତ ନ ଥିବା ଗଣମାଧ୍ୟମକୁ ସୂଚନା ମିଳିଥିଲା। ତେବେ ଏ ନେଇ ପ୍ରଥମ ପର୍ଯ୍ୟାୟରେ ଅସହାୟମାନଙ୍କୁ ସଚେତନତା କରିବାକୁ ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତ ବିସିଆପଡା ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ୨୫୦ ଜଣ ବିଭିନ୍ନ ପ୍ରକାର ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଟ୍ରିନିଟି ହସ୍ପିଟାଲର ଡାକ୍ତର ରାକେଶ ଚନ୍ଦ୍ର କଲେତ ଏବଂ ପ୍ରିମିୟର ସ୍କୁଲ ଅଫ ନର୍ସିଂ ର ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କୁ ପ୍ରେସକ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରିମିୟର ସ୍କୁଲ ଅଫ ନର୍ସିଂ ର ସମସ୍ତ ସଦସ୍ୟ ଏବଂ ପ୍ରେସକ୍ଲବର ସମସ୍ତ ସାମ୍ବାଦିକମାନେ ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୨/୨୦୨୨----୮,୪୫ Sakhigopal News,21/12/2022

ads

Blog Archive

Popular Posts