ads

Breaking News

ସତ୍ୟବାଦୀରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ



ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଟେକ ମହିନ୍ଦ୍ରା ଫାଉଣ୍ଡେସନ ସହାୟତା ଯୋଗାଇଥିଲା ।  କାର୍ଯ୍ୟକ୍ରମରେ  ଅତିଥି ଭାବେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ମନୋଜ କୁମାର ତ୍ରିପାଠୀ,  ସତ୍ୟବାଦୀ ବ୍ଳକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରୁଦ୍ର ନାରାୟଣ ସାହୁ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣି ମୋନିକା ଦାସ , ଶ୍ରଦ୍ଧା ଫାଉଣ୍ଡେସନର ସମ୍ପାଦକ ପ୍ରଭାତ ସାମନ୍ତରାୟ ପ୍ରମୁଖ  ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିବା ସହ ପ୍ରଦ୍ୱୀପ ପଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ, ଗୀତ ଓ ଏକକ ଅଭିନୟ ପ୍ରଦର୍ଶିତ କରାଯାଇଥିଲା । ପୂର୍ବରୁ କରାଯାଇଥିବା ନାଚ, ଗୀତ, ଚିତ୍ରାଙ୍କନ, ଝୋଟି, ଆଳୁଚାମଚ, ମୁୟୁଜିକ ଚେୟାର , ଝିଲାପି ଦୌଡ, ଆଦି ଖେଳରେ କୃତି ପ୍ରତିଯୋଗିତା ମାନଙ୍କୁ ଅତିଥି ମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ ।    ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ରବିନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାନଳା କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ବିକ୍ରମ ତ୍ରିପାଠୀ ଓ ଅନୁଷ୍ଠାନର କର୍ମଚାରୀ ମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦିକା ମମତା ମିଶ୍ର ଧନ୍ୟବାଦ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କ ଅଭିଭାବକ ମାନେ ଯୋଗଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୨  Sakhigopal News, 3/12/2022

ads

Blog Archive

Popular Posts