ads

Breaking News

ପୁରୀ ସହର ରେ ଲୁଟେରାଙ୍କ ଆତଙ୍କ ରାଜ


ପୁରୀ-- ପୁରୀ ସହର ରେ ଲୁଟେରା ଙ୍କ ଆତଙ୍କ ରାଜ। ଦିନ ଦ୍ଵି ପ୍ରହର ରେ ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ସୁନା ଗହଣା ଓ ଟଙ୍କା। ଏମିତି ଅବସ୍ଥା ହେଲାଣି ଯେ ଘରୁ ଲୋକ ବାହାର କୁ ଯିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ଦୁଇଜଣ ଯୁବକ ଏକ ସ୍କୁଟି ରେ ଆସି ମହିଳାଙ୍କ ଠାରୁ ପର୍ସ ଲୁଟି ନେଇଛନ୍ତି। ପୁରୀ ସମୁଦ୍ର କୁଳ ଥାନା ମେ ଫେୟାର ହୋଟେଲ ନିକଟ ରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ କଲ୍ୟାଣୀ ମିଶ୍ର ନାମକ ଜଣେ ମହିଳା ତାଙ୍କ ସମର୍କୀୟ ଙ୍କ ସହ କୌଣସି ଏକ କାର୍ଯ୍ୟ ସାରି ମେ ଫେୟାର ହୋଟେଲ ଗଳୀ ରାସ୍ତା ରେ ଆସୁଥିଲେ। ତେବେ ପୂର୍ବରୁ ଛକି ରହିଥିବା ଦୂଇ ଜଣ ଯୁବକ ତାଙ୍କୁ ପିଛା କରି ହଠାତ ଠେଲି ଦେଇ ଥିଲେ। କଲ୍ୟାଣୀ ତଳେ ପଡି ଯିବା ପରେ ତାଙ୍କ ଭ୍ୟାନିଟ କୁ ଲୁଟି ନେଇଛନ୍ତି। ଏଥିରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ରହିଛି। ତେବେ ଏ ନେଇ ପୋଲିସ କୁ ଖବର ଦେବା ପରେ ପୋଲିସ ପହଁଚି ମାମଲା ର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୁତ୍ତ ଙ୍କ କୌଣସି ଟେର ପାଇ ନାହିଁ ପୋଲିସ। ତେବେ ପୁରୀ ସହରରେ ମହିଳା ଙ୍କୁ ଲୁଟେରା ମାନେ ଟାର୍ଗେଟ କରୁଥିବା ବେଳେ ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ତୁରନ୍ତ ଅଭିଯୁକ୍ତ କୁ ଗିରଫ କରିବାକୁ ସାଧରଣ ରେ ଦାବି ହୋଇଚି। ପୁରୀ ଭଳି ଏକ ପର୍ଯ୍ୟଟନ ସହରରେ ଏଭଳି ଚୋରି ହେଲେ ପର୍ଯ୍ୟଟକ ମାନେ ଅସୁରକ୍ଷିତ ହେବା ସହ ପୁରୀ ର ବଦ ନାମୀ ହେବାର ସମ୍ଭାବନା ରହିଛି। ପୁରୀ ରୁ ଜୟନ୍ତ କୁମାର ସେଠୀ ,୯/୨/୨୦୨୧----୨,୧୦

ବାଇଟ- କଲ୍ୟାଣୀ ମିଶ୍ର ,, ଅଭିଯୋଗ କାରଣୀ

ads

Blog Archive