ଗାଁ କଲ୍ୟାଣ ସମିତି ପକ୍ଷରୁ ପାଲା ମାଧ୍ୟମରେ ସଚେତନତା ; ଅଧିକାରୀଙ୍କର ଦେଖାନାହିଁ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମ କୋଠ ଘର ସମ୍ମୁଖରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଭୃଣ ହତ୍ୟା ଓ କରୋନା ସହିତ ବିଭିନ୍ନ ରୋଗ ସମ୍ବନ୍ଧରେ ପାଲା ମାଧ୍ୟମରେ ସଚେତନତା କରାଯାଇଥିଲା । ମାତ୍ର ଦୁଖଃର କଥା ସତ୍ୟବାଦୀ ବା ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୌଣସି ଅଧିକାରୀଙ୍କର ସେଠାରେ ଦେଖା ନଥିଲା । ସେଠାରେ ଅଙ୍ଗନୱାଡିର୍କମୀ ଗୋଲାପ ଦେଇ, ଆଶାକର୍ମୀ, ନିର୍ମଳ ବେହେରା, ୱାର୍ଡ ସଭ୍ୟ ରୂପରାଜ ବେହେରା, ସ୍ୱାସ୍ଥ୍ୟକର୍ମୀ ରଶ୍ମି ମଙ୍ଗରାଜଙ୍କ ସହିତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ପାଲା ପରିବେଷଣ କରିଥିଲେ ପୂଣ୍ର୍ଣଚନ୍ଦ୍ର ବାରିକ, ବାୟକ ବିମ୍ବାଧର ଜେନା, ପାଳିଆ ବିଜୟ ବାରିକ, ନିରଞ୍ଜନ ରାଉତରାୟ ପ୍ରମୁଖ ପାଲା ପରିବେଷଣ କରିଥିଲେ । ଗ୍ରାମାବାସୀ ମାନେ ବସି ପାଲା ମାଧ୍ୟମରେ ସ୍ୱାସ୍ଥ୍ୟାଗତ ସମ୍ପର୍କରେ ସଚେତନତା ହୋଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୨/୨୦୨୧---୪,୧୫



