ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ : ପୋଲିସ କର୍ମଚାରୀ ନେଲେ ଟୀକା
ଭୁବନେଶ୍ୱର ---- ଆରମ୍ଭ ହେଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣ । ସେଥିପାଇଁ ଭୁବନେଶ୍ୱର ବିଭିନ୍ନ ସ୍ଥାନ ରେ ନୋଡାଲ ଅଫିସ ର ମାନେ ରହି ଟୀକା କରଣର ତଦାରଖ କରିଛନ୍ତି।ଭୁବନେଶ୍ୱର ୟୁନିଟ 8ରେ bmc କର୍ମଚାରୀ ମାନେ ଟୀକା ନେଇଛନ୍ତି। ପ୍ରତିଦିନ 100ଜଣଙ୍କୁ ଟୀକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଟୀକା କରଣ 7ଦିନ ଧରି ଚାଲିବ ବୋଲି ଜଣାପଡିଛି । ଭୁବନେଶ୍ୱର ରେ ପୋଲିସ କର୍ମଚାରୀ ମାନେ 7 th ବାଟା ଲିଆନ ରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ରେ ଟୀକା ନେଇଥିଲେ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଟୀକା ନେବା ପରେ ଗଣ ମାଧ୍ୟମକୁ କହିଥିଲେ ଆଜିର ଏହି ଟୀକା କରଣ ରେ ପୋଲିସ ର ସମ୍ମୁଖ ଯୋଦ୍ଧା ମାନେ ଟୀକା ନେଇ ଥିଲେ । ଏ ପର୍ଯ୍ୟନ୍ତ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନି । ତେଣୁ ଭୟ ନ କରି ଟୀକା ନେବା ଉଚିତ ବୋଲି କହିଛନ୍ତି । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୬/୨/୨୦୨୧----- ୧୧,୫୦



