ପାଞ୍ଚ ବରପୁତ୍ରଙ୍କ ପ୍ରତିମୂତ୍ତି ଉନ୍ମୋଚିତ
ଡେଲାଙ୍ଗ ------ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଜୟୀ ରାଜଗୁରୁ, ଉତ୍କଳ ଗୌରବ ମଦୁସୂଦନ, ଚନ୍ଦନ ହଜୁରୀ ( ଚାଖି ଖୁଣ୍ଟିଆ) ଙ୍କ ପ୍ରତିମୂର୍ତ୍ତି ଅତିଥି ମାନଙ୍କ ଦ୍ୱାରା ମହା ଆଡମ୍ବର ସହକାରେ ଉନ୍ମୋଚିତ ହୋଇଯାଇଛି । ଉତ୍କଳ ସ୍ୱାଭିମାନ ମଞ୍ଚ ଓ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗରେ ଏହି ପାଞ୍ଚ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସ୍ୱାଭିମାନ ମଞ୍ଚର ସଭାପତି ରଧାକାନ୍ତ ଦାଶଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ତମଅତିଥି ଭାବେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିବାରର ସଦସ୍ୟ ତଥା ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ସ୍ୱାଭିମାନ ମଞ୍ଚର ସମ୍ପାଦକ ପ୍ରଭାକର ତ୍ରିପାଠୀ, ଶ୍ରୀମନ୍ଦିର ପ୍ରଶାସନ ପ୍ରସନ୍ନ କୁମାର ହୋତା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜୟୀ ରାଜଗୁରୁ ସ୍ମୃତି ପରିଷଦର ଜଯାଧାରୀ ମିଶ୍ର, ଚାଖି ଖୁଣ୍ଟିଆ ସ୍କୃତି ସଂସଦର ଭୀମସେନ ହଜୁରୀ , ପୂର୍ବତନ ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁ, ଶିକ୍ଷାବିତ ଶିବ ସୁନ୍ଦର ମିଶ୍ର, ଚନ୍ଦଶେଖର ପାଢ଼ୀ, ପୁରୀ ଜିଲ୍ଲା ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ଦାଶ ପ୍ରମୁଖ ଯୋଗଦେଇ ବରପୁତ୍ର ମାନଙ୍କ ସମ୍ପର୍କରେ ନିଜସ୍ୱ ମତ ରଖିବା ସହ ବରପୁତ୍ରଙ୍କ ଜୀବନିକୁ ଅନୁସରଣ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଦାନ କରିଥିବା ପୂର୍ବତନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ପୂର୍ବତନ ଛାତ୍ର ଲଲାଟ ପାଇକରାୟ, ସାମ୍ବାଦିକ ନିଲୀପ କୁମାର ଧାଉଡିଆ,ପୂର୍ବତନ ଶିକ୍ଷକ ଅର୍ଜୁନ ପରମଗୁରୁ ଓ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ ତଥା ସୁମ୍ବାଇ ମଲାଡ ମଠାଧୀଶ ୧୦୦୮ ଶ୍ରୀ ମାଧବାଚାର୍ଯ୍ୟ ମହାରାଜ ବିଦ୍ୟାଳୟର ପାଠାଗାର ଗୃହ ଓ ଉପକରଣ ପାଇଁ ସହାୟତା କରିବେ ବୋଲି ବ୍ଳକ ଅଧ୍ୟକ୍ଷଙ୍କୁ ଟେଲିଫୋନ ମାଧ୍ୟମରେ ଜଣାଇବା ସହ ୧ଲକ୍ଷଟଙ୍କା ଦେଇଥବା ଶ୍ରୀ ସାହୁ ସଭାରେ ପ୍ରକାଶ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୧----୧୦,୧୫



