ads

Breaking News

ଅମୂଲ୍ୟ ପରିଡା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ



 
ଯାଜପୁର---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବରୀ ବ୍ଲକ ର ଯୁବ ସଭାପତି ସ୍ବର୍ଗତ ଅମୂଲ୍ୟ ପରିଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସର ରେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିର କୁ ବରୀ  ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ଯାଜପୁର ଜିଲ୍ଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସମ୍ପାଦକ ବିମଳ ଦାସ ଙ୍କ ନେତୃତ୍ବରେ ରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ। ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ଅରବିନ୍ଦ ମହାନ୍ତି, ଅଟିରା ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମହାନ୍ତି,ଶେଷଦେବ ମହାନ୍ତି, ଆର୍ତବନ୍ଧୁ ସାମଲ,ବା ସରପଞ୍ଚ ସନ୍ତୋଷ ସାମଲ, ବିକାଶ ଦାସ, କୈଳାସ ମଲ୍ଲିକ ସୁଶାନ୍ତ ପାତ୍ର ସଞ୍ଜୟ ଦାସ ମନୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଯୁବ ଖବର ଦାତା ସତ୍ୟଜିତ ବାରିକଙ୍କ ସମତେ ବହୁ ଯୁବକ ଯୁବତୀ ମାନେ ରକ୍ତ ଦାନ କରି ଥିବା ଦେଖିବାକୁ ମିଳିଥିଲା ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ , ୭/୨/୨୦୨୧----୭,୪୦

ads

Blog Archive