ମା ଜାଗେଶ୍ୱରୀ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଜଟଣୀ : ପଲ୍ଲୀ କଲ୍ୟାଣ ଯୁବ ସଂଘ ତଥା ପାଠାଗାର ଆନୁକୁଲ୍ୟରେ ବାଲିହୁଡ଼ା ଠାରେ ମା ଜାଗେଶ୍ୱରୀ ଭଲିବଲ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହୋଇଥିବା ୪୩ ତମ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚ ରେ ୮ ଟି ଦଳ ଭାଗ ନେଇଥିବା ବେଳେ ପ୍ରଥମାର୍ଦ୍ଧରେ ଗ୍ରାମାଞ୍ଚଳ ପ୍ରତିଯୋଗିତା ରେ ବିଶ୍ଵନାଥପୁର ଚାମ୍ପିୟନ ହୋଇଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ରନର୍ସଅପ ହୋଇଥିଲା । ସେହିପରି ଦ୍ବିତୀୟାର୍ଦ୍ଧରେ ଓଡ଼ିଶାର ବଛା ବଛା ଟିମ୍ ଯୋଗଦେଇଥିବା ବେଳେ ପୁରୀର ଶ୍ରୀକ୍ଷେତ୍ର ଦଳ ଚାମ୍ପିଅନ ହୋଇଥିବା ବେଳେ ଖୋର୍ଦ୍ଧା ର ବାଲୁଙ୍କେଶ୍ଵର ଦଳ ରନର୍ସଅପ୍ ହୋଇଥିଲା । ଏହି ମ୍ୟାଚ କୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ନାୟକ ଉଦଘାଟନ କରିଥିଲାବେଳେ ମୁଖ୍ୟଅତିଥି ଭାବେ କାମାକ୍ଷା ପ୍ରସାଦ ପ୍ରଧାନ ଯୋଗଦେଇ ଚାମ୍ପିୟନ ଶ୍ରୀକ୍ଷେତ୍ର ଦଳକୁ ୮ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସଅପ୍ ବାଲୁଙ୍କେଶ୍ବର ଦଳକୁ ନଗଦ ୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ବର୍ଷିଆନ୍ ଭଲିବଲ୍ ଖେଳାଳୀ ଜଗନ୍ନାଥ ଦାଶ, ଅମର ନନ୍ଦ, ବିଷ୍ନୁ ପ୍ରସାଦ କର ପ୍ରମୁଖ ଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ କୁ ଅନୁଷ୍ଠାନର ସଭାପତି ଭୋଳାନାଥ ଦାଶ, ସମ୍ପାଦକ ଶ୍ରୀପ୍ରକାଶ କର ଙ୍କ ସମେତ ରାକେଶ ରଞ୍ଜନ ଦାଶ, ମହାଦେବ ଦାଶ, ସୁବ୍ରତ ଦାଶ, ରଶ୍ମୀରଞ୍ଜନ ଦାଶ, ବରଦା ପ୍ରସନ୍ନ କର ଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରା




