ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣକୁ ବଜାର ବ୍ୟବସାୟୀ ସଂଘ ବିରୋଧ କଲା
ସାକ୍ଷୀଗୋପାଳ------ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ହେଉଛି ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ଜଣାଶୁଣା । ଏହା ସହିତ ଏଠାରେ ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ବକୁଳବନ ଠାରେ ଶିଳାନ୍ୟାସ କରି ସାରିଛନ୍ତି । ମାତ୍ର ରେଳ ଫାଟକ ଓ ବଜାର ମଧ୍ୟରେ ଯାନ ବାହନ ଯିବା ଆସିବା କଷ୍ଟକର ହୋଇପଡିଛି । ତୁରନ୍ତ ରେଳ ଫାଟକ ଉଠାଇ ସେଠାରେ ଏକ ଓଭରବ୍ରିଜନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସିଥିଲା । ଫନି ଓ କରୋନା ଯୋଗୁ କିଛି ଦିନ ଏହି କାମ ଅଟକି ରହିଥିଲା । ଏବେ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଚିହ୍ନଟ ଆରମ୍ଭ ହେବାରୁ ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଏହାକୁ ବିରୋଧ କରିଛନ୍ତି । ଏଠାରେ ରେଳ ଓଭର ବ୍ରିଜ ନିର୍ମାଣ କରାଗଲେ ପ୍ରାୟ ଛୋଟବଡ ୭ଶହ ବ୍ୟବସାୟୀ କ୍ଷତିଗସ୍ତ ହେବେ । ଏହାକୁ ନେଇ ଦୁଇଟି ବ୍ୟବସାୟୀ ସଂଘ ଦୁଇଟି ଦାବି ରଖିଛନ୍ତି । ପ୍ରଥମ ରେଳ ଓଭର ବ୍ରିଜ ସ୍ଥାନାନ୍ତର ଓ ଯଦି ଏଠାରେ ରେଳ ଓଭରବ୍ରିଜ କରାଯାଏ ତା ହେଲେ କ୍ଷତିଗସ୍ତ ସମସ୍ତ ବ୍ୟବସାୟୀ ମାନଙ୍କୁ ଆଗ ଥଇଥାନ କରାଯାଉ ଦାବି କରାଯାଇଛି । ଏହି ଅବସରରେ ରବିବାର ସଂଧ୍ୟାରେ ସାକ୍ଷୀଗୋପାଳ ରାଇସିମିଲ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ ବଜାର ବ୍ୟବସାୟୀ ସଂଘର ବୀରେନ୍ଦ୍ର ଭୂଷଣ ହୋତା ଅଧ୍ୟକ୍ଷତା କରିଥିଲେ । ସାକ୍ଷୀଗୋପାଳ ବଡ ବଜାର ବ୍ୟବସାୟୀ ସଂଘର ଉପସଭାପତି ଶଙ୍କର୍ଷଣ ପ୍ରଧାନ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ସହ ସମ୍ପାଦକ ବିର୍ଷ୍ଣୁ ପ୍ରସାଦ ମିଶ୍ର, ବାବନ ବରାଳଙ୍କ ସହିତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ରତ୍ନଚିରା ନଦୀ ପର୍ଯ୍ୟନ୍ତ ପ୍ରାୟ ୩ଶହ ବ୍ୟବସାୟୀ ମାନେ ସେମାନଙ୍କର ଦେକାନ ବନ୍ଦ କରି ଏହି ବୈଠକରେ ଯୋଗଦେଇଥିଲେ । ନିସ୍ପତିକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସତ୍ୟବାଦୀ ତହସିଲଦାରଙ୍କୁ ଏକ ଦାବି ପତ୍ର ବୁଧବାର ଦିନ ପ୍ରଦାନ କରାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୧----୮,୫୦




