ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଗିରଫ ଦାବି
ଜଗତସିଂହପୁର-ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ପ୍ରତିବାଦରେ ଗତ ଡ଼ିସେମ୍ବର ମାସ ୧୨ତାରିଖ ଦିନ ଦୀର୍ଘ ୨୦ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗତ ୧୧ତାରିଖ ରାତିରେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ସ୍ତ୍ରୀ ବିନ୍ଦୁଲତାଙ୍କ ଏରସମା ମେଡିକାଲରେ ମୃତ୍ୟୁ ବରଣ କରିଥିଲେ। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପରିବାର ଲୋକ ଓ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିଥିଲେ।ଅସ୍ତ୍ରୋପଚାର ପରେ ବିନ୍ଦୁଲତାଙ୍କ ମୃତ୍ୟୁ ପରେ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରତାପ କୁମାର ଦାସ ମେଡିକାଲରୁ ଚମ୍ପଟ ମାରିଥିଲେ।ମହିଳାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ଏରସମା ମେଡିକାଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଦୀର୍ଘ ୨୦ଘଣ୍ଟା ଧରି ଆନ୍ଦୋଳନ ଚାଲିଥିଲା।ଏହାର ସମାଧାନ ପାଇଁ ସ୍ଥାନୀୟ ସର୍ବଦଳୀୟ ଛାମୁଆଁ ନେତାମାନଙ୍କ ସହ ଜଗତସିଂହପୁର ଏଡିଏମ,ଏଡିଏମଓ,ସ୍ଥାନୀୟ ତହସିଲଦାର, ତିର୍ତ୍ତୋଲ ଏସଡିପିଓ, କୁଜଙ୍ଗ ଓ ଏରସମା ଥାନା ଆଇଆଇସି, ବିଡ଼ିଓ, ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀର୍ଘ ୨ଘଣ୍ଟାଧରି ଆଲୋଚନା କରିବା ପରେ ଘଟଣାର ସମାଧାନ କରାଯାଇଥିଲା।ମୃତ ମହିଳାଙ୍କ ପରିବାରକୁ ରୋଗୀକଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କା, ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର,ତହସିଲ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପକ୍ଷରୁ ମୃତକଙ୍କ ପାଇଁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ସମ୍ପୃକ୍ତ ଡାକ୍ତର ପ୍ରତାପ ଦାସଙ୍କ ବିରୁଦ୍ଧରେ ଅପରାଧିକ ମାମଲାରେ ଏତଲା ଦିଆଯିବାର ଲିଖିତ ପ୍ରତିଶୃତି ଦିଆଯାଇଥିଲା।ଲିଖିତ ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ ମାନେ । ମନ୍ତ୍ରୀଙ୍କ ପ୍ରତିନିଧି ମୃତକଙ୍କ ସ୍ୱାମୀଙ୍କୁ ଏକଲକ୍ଷ ଟଙ୍କା, ଅତିରିକ୍ତ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ୩୦ହଜାର ଟଙ୍କା ପ୍ରଦାନ କରିଥିଲେ।ମୃତ ବିନ୍ଦୁଲତାଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।ତେବେ ଦୁଇ ମାସ ବିତିଗଲା ପରେବି ମୃତ୍ୟୁ ବିନ୍ଦୁ ଲତାଙ୍କ ପରିବାରକୁ ନା ମିଳିଛି ଚାରିଲକ୍ଷ ଟଙ୍କା ନା ଆବାସ ଯୋଜନା।ଏମିତିକି ଅସ୍ତ୍ରୋପଚାର କରି ମାରିଦେଇଥିବା ଡାକ୍ତର ପ୍ରତାପ ଦାସଙ୍କୁ ଏପର୍ଯ୍ୟନ୍ତ ଏରସମା ପୋଲିସ ଗିରଫ କରିନଥିବା କହିଛନ୍ତି ମୃତ୍ୟୁ ବିନ୍ଦୁ ଲତାଙ୍କ ସ୍ୱାମୀ ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର ୮/୨/୨୦୨୧----୩,୨୦



