ads

Breaking News

ଜ୍ୟୋତିର୍ମୟ ପ୍ରି ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ଭୂବନେଶ୍ଵର:ଭୂବନେଶ୍ଵର ସହିଦନଗର ସ୍ଥିତ ଜ୍ୟୋତିର୍ମୟ ପ୍ରି ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ସହିଦନଗର ସ୍ଥିତ ସହିଦ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଏବଂ ନାରାୟଣ ମହାପାତ୍ର ମୁଖ୍ୟ ବ୍ୟକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି ଅବସରରେ କୁନି କୁନି ପିଲାମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ସଭାପତି ଗୌରିଶଙ୍କର ମହାପାତ୍ର ଉପ ସମ୍ପାଦକ ସୀତାକାନ୍ତ ମହାପାତ୍ର ଅଧ୍ୟକ୍ଷା ଗୀତାଞଳି ମିଶ୍ର ସମେତ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ପରିଶେଷରେ କୁନି କୁନି ପିଲାମାନଙ୍କୁ ଯୋଗଦେଇଥିବା ଅତିଥି ମାନଙ୍କ ଦ୍ଵାରା  ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୮/୨/୨୦୨୧-----୨,୪୦

ads

Blog Archive