ଚୋରି ସାମଗ୍ରୀ ଜବତ ସହିତ ୨ ଅଭିଯୁକ୍ତ ଗିରଫ
ଡେଲାଙ୍ଗ ------- ଡେଲାଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣତରାବୋଇ ଗ୍ରାମ ଛକରେ ସୁଶାନ୍ତ ସେନାପତିଙ୍କ ଦୋକାନରୁ ରବିବାର ବିଳମ୍ବିତ ରାତିରେ ସଟର ତାଡି ଚୋରି ହୋଇଥିଲା । ଏନେଇ ସୁଶାନ୍ତ ଡେଲାଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସ ଅଭିଯୋଗକୁ ଅଧାର କରି ଡେଲାଙ୍ଗ ଥାନା୨୭/୨୧ନଂରେ ଏକ କେସ୍ ରୁଜୁ କରି ତଦନ୍ତ କରିଥିଲେ । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ପୋଲିସ ସେହି ଗ୍ରାମର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବଂ ସେମାନଙ୍କ ଠାରୁ ନଗଦ ୧୫ହଜାର୬ଶହ ଟଙ୍କା ଏବଂ ଚୋରି ହୋଇଥିବା ଦୋକାନ ସାମଗ୍ରୀକୁ ପୁଲିସ ଜବତ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ବିପିନୀ ବିହାରୀ ପୁଜାରୀ(୨୭) ଚିତ୍ରସେନ ବେହେରା (୨୬) ଉଭୟଙ୍କ ଗ୍ରାମ ବ୍ରାହ୍ମଣତରାବୋଇ ଗ୍ରାମର । ୨୭/୨୧ରେ କେସ୍ ନମ୍ବରରେ ଗିରଫ କରାଯାଇ କୋର୍ଟ ଚାଳଣ କରାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୧----୯,୧୦


