ସଲପ ତାଡି ପିଆଇ ଯୁବତୀ ଙ୍କୁ ଦୁଷ୍କର୍ମ ଅଭିଯୋଗ
କୋଟଗଡ - କୋଟଗଡ ଥାନା ଅନ୍ତର୍ଗତ ପକାରୀ ପଞ୍ଚାୟତରେ ଘଟିଛି ଏକ ଜଘନ୍ୟକାଣ୍ଡ ।ସୂଚନାନୂସାରେ ଗତ ଫେବୃଆରୀ ୧ ତାରିଖ ରେ ଓସେଫ ବଡ଼ମାଝି, ବୟସ-୨୩ର ବାହାଘର ଥିଲା । କିନ୍ତୁ ତା ପୂର୍ବରୁ ଗତ ୨୯ଜାନୁଆରୀ ରେ ନିଜ ଗ୍ରାମ ର ତିନି ଜଣ ଯୁବତୀ ଙ୍କ ସହ ମିଶି ଏକ ଭୋଜି ଓ ମଦ୍ୟପାନ କରି ମଜାମସ୍ତି କରିବାକୁ କଥା ହୋଇଥିଲା । ଗାଁ ଠାରୁ କିଛି ଦୂରରେ ପେନାପେଟି ଜଙ୍ଗଲ ରେ ସନ୍ଧ୍ୟା ସମୟରେ ସଲପ ତାଡି ଉକ୍ତ ତିନି ଜଣ ଯୁବତୀଙ୍କ ସହ ମିଶି ଓସେଫ ମଦ ପିଇଥିଲେ । ସେଥିମଧ୍ୟରୁ ଦୁଇଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ ଯେନତେନ ପ୍ରକାରରେ ଘରକୁ ଫେରି ଆସିଥିଲେ କିନ୍ତୁ ରହିଯାଇଥିବା ଜନୈକ ଯୁବତୀ ନିଶା ଅବସ୍ଥାରେ ଥିବା ସମୟ ରେ ଓସେଫ ନିଜର ସମ୍ପର୍କୀୟ ଭାଇ ନୀଳାମ୍ବର ବଡ଼ମାଝିଙ୍କୁ ଡାକି ସହଯୋଗ କରିବାକୁ କହିଥିଲେ ଓ ଓସେଫ, ନୀଳାମ୍ବର ମିଶି ଦୁଷ୍କର୍ମ କରିଥିଲେ । ଫଳରେ ଦୁଷ୍କର୍ମ କଥାଟି ପରିବାର ଲୋକ ଜାଣିବା ପରେ ପ୍ରଥମେ ନୀଳାମ୍ବର ର ପରିବାର କୁ ଜଣାଇଥିଲେ ଓ ଗ୍ରାମ ରେ ବିଚାର ବିମର୍ଶ ପରେ କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ପୀଡିତା ପରିବାର କୋଟଗଡ ଥାନା ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ କୋଟଗଡ ଥାନା ଅଧିକାରୀ ଅଲେଖ ଗରଡିଆ, କେସ ନଂ -5/21ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଥାନା ରେ ମାମଲା ରୁଜୁ ହେବା ପରେ ପୀଡିତାଙ୍କୁ ନେଇ ଡାକ୍ତର ରିପୋର୍ଟ ପାଇଁ ପୁଲିସ କୁ ତିନି ଦିନ ନାକେଦମ ହବାକୁ ପଡ଼ିଥିବା ଜଣାପଡିଛି । କାରଣ ପ୍ରଥମେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପରେ ଡାକ୍ତରୀ ରିପୋର୍ଟ ମିଳିଥିଲା । କିନ୍ତୁ ଜଣେ ପୀଡିତା ର ଡାକ୍ତର ରିପୋର୍ଟ ପାଇଁ ବାରଦୁଆର ଶୁଣ୍ଢୀପିଣ୍ଡା କରାଯାଏ ତାହେଲେ ଦୁଷ୍କର୍ମ ର ତଥ୍ୟ ତଦନ୍ତ ବାଟବଣା ସମ୍ଭାବନା କୁ କେତେ ଦୂର ଏଡାଇ ହବ ଓ ପୀଡିତା ନ୍ୟାୟ ପାଇବ ତ? ଯଦି ପୁଲିସ ଅଧିକାରୀ ପୀଡ଼ିତାକୁ ନେଇ ଡାକ୍ତରଖାନା ରୁ ଡାକ୍ତରଖାନା କୁ ତିନି ଦିନ ବୁଲିବେ, ତା ହେଲେ ଯଦି କିଛି ଅସୁବିଧା ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ? । ପୀଡିତା କୁ ଫେରାଇ ଦେଇଥିବା ଡାକ୍ତର ନା ଆଉ କିଏ... ? । ବାଲିଗୁଡ଼ା ଉପଖଣ୍ଡ ଓଡ଼ିଶାର ସବୁଠାରୁ ବଡ଼ ଉପଖଣ୍ଡ ହୋଇ ଥିଲେ ମଧ୍ୟ ମହିଳା ଡାକ୍ତରଙ୍କ ଅଭାବ ହେତୁ ଏହି ଭଳି ଅସୁବିଧା ର ସମୁଖୀନ ହେବାକୁ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ବାଲିଗୁଡ଼ା ଉପଖଣ୍ଡ ରେ ଶାସକ, ପ୍ରଶାସନ , ବିରୋଧୀ ସମସ୍ତେ ଏଠି ଚୁପ୍ ବୋଲି ଏହି ସମସ୍ୟା ହେଉଛି ବୋଲି ବୁଦ୍ଧିଜୀବୀ ରେ ଆଲୋଚନା ହେଉଛି।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ୭/୨/୨୦୨୧------ ୧,୧୦
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ୭/୨/୨୦୨୧------ ୧,୧୦




