ads

Breaking News

ରାମ ମନ୍ଦିର ନିର୍ମାଣ ପାଇଁ କଳାମାଟିଆ ରକ୍ତ ତୀର୍ଥ ରୁ ନିଧି ସଂଗ୍ରହ



ବରୀ - ଅଯୋଧ୍ୟାରେ ନିର୍ମିତ ମଯ୍ୟାଦା ପୁରୁଷ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ ପାଇଁ ଜାତୀୟ ସ୍ତରରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି। ଏହି ନିଧି ଯାଜପୁର ଜିଲ୍ଲା ଵରୀ ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ଭାବେ ପରିଚିତ କଳାମାଟିଆ ପଞ୍ଚାୟତରୁ ଆରମ୍ଭ ହୋଇଛି। ଶିକ୍ଷାବିକାଶ ପରିଷଦ,ବିଶ୍ବହିନ୍ଧୁ ପରିଷଦ, ବଜରଙ୍ଗୀ ଦଳ ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ,ଗୁରୁମା ଏବଂ ସ୍ଥାନୀୟ ଅଞ୍ଚଳର 7 ଶହ ପରିବାରୁ ରାମ ଭକ୍ତ ମାନଙ୍କ ଦ୍ୱାରା ୩୪,୦୦୦/- ଟଙ୍କା ନିଧିସଂଗ୍ରହ କରାଯାଇଛି ବୋଲି ସୂଚନା ମିଳିଛି। ଏହି ନିଧି ସଂଗ୍ରହ ଅଭିଯାନ ବିଦ୍ରୁପା ଗ୍ରାମରୁ ଆରମ୍ଭ ହୋଇ କାଇପଡା, କଳାମାଟିଆ,ଜୋର କୂଳ,ନୂଆସାହି,ଇସ୍ମାଇଲପୁର ,ନୂଆପଡ଼ା,ବାଜପଡା, ଅନ୍ୟାସୀପୁର ପ୍ରଭୁତି ଗ୍ରାମ ମାନଙ୍କ ଶ୍ରୀରାମ ଭକ୍ତ ମାନେ ଭ୍ରମଣ କରି ଶ୍ରୀ ରାମ ମନ୍ଦିର ତଥ୍ୟ ସମ୍ବଳିତ ପତ୍ର ପୁସ୍ତିକା ବଣ୍ଟନ କରିବା ସହ ନିଧି ସଂଗ୍ରହ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ କଳାମାଟିଆ ପଞ୍ଚାୟତର ପ୍ରଭାରି ଆଇନଜୀବୀ ଅଭୟ ବେହୁରିଆ, ନିଧିରକ୍ଷକ ଲଳିତ ମାଧବ ଜେନା,ନିଧି ସଂଗ୍ରହ ସଂଚାଳନ କମିଟିର ସଂଯୋଜକ ସମାଜସେବୀ ଡ଼ଃ ବିଶ୍ୱନାଥ ତ୍ରିପାଠୀ, ରଞ୍ଜନ ଗୁରୁଜୀ, ପ୍ରମୁଖ ଙ୍କ ସମେତ ବହୁ ରାମ ଭକ୍ତ ଅଭିଯାନ ରେ ସହଯୋଗ କରିଥିଲେ।
 ବରୀ ରୁ ଦର୍ଶନ ବେହେରା ୭/୨/୨୦୨୧----୧୨,୫୦

ads

Blog Archive