ହବିବ କ୍ଲବ୍ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଜଟଣୀ : ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ରଥିପୁର ଠାରେ ହବିବ କ୍ଲବ୍ ଆନୁକୁଲ୍ୟରେ ପ୍ରଥମ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ନିର୍ବାଚନ ମଣ୍ଡଳୀ ର ୮ ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚରେ ତରାବୋଇ ଓ ମେଣ୍ଢାଶାଳ ଦଳ ମଧ୍ୟରେ ଉଭୟେ ଉଭୟଙ୍କୁ ମଇଦାନରେ ସାମ୍ନା ସାମ୍ନି ହୋଇଥିଲେ । ପ୍ରଥମରୁ ମ୍ୟାଚ ରୋମାଞ୍ଚ ପୂର୍ଣ୍ଣ ହୋଇଥିଲେ ହେଁ ମେଣ୍ଢାଶାଳ ଦଳ ୩--୦ ପଏଣ୍ଟ୍ ରେ ଆଗୁଆ ରହି ଚାମ୍ପିଅନ ହୋଇଥିବା ବେଳେ ଖୋର୍ଦ୍ଧା ର ତରାବୋଇ ଦଳ ରନର୍ସଅପ୍ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସୁରେଶ୍ କୁମାର ରାଉତରାୟ, ସମାନିତ ଅତିଥି ଭାବେ ବର୍ଷିଆନ୍ ଭଲିବଲ୍ ଖେଳାଳୀ ତଥା କୋଚ୍ ଜଗନ୍ନାଥ ଦାଶ, ଯୁବ ନେତା ପ୍ରମୋଦ କୁମାର ହରିଚନ୍ଦନ, ପୂର୍ବତନ କାଉନସିଲର ଲୁସେନ୍ ରାୟ ଓ ନୌସାର ଅଲ୍ଲୀ ଏବଂ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ । ଚାମ୍ପିୟନ ମେଣ୍ଢାଶାଳ ଦଳକୁ ନଗଦ ୫ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସଅପ୍ ତରାବୋଇ ଦଳକୁ ନଗଦ ୩ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଅନୁଷ୍ଠାନ ପକ୍ଷରୁ ଅଜଗର ଖାନ୍, ତବାରଖ ଶାହା, ମୀର ନସୀମ, ମହମ୍ମଦ ହବିବ, ହମ୍ ଶେର୍ ଖାନ୍, ସାଗର ଖାନ୍, ଆଇନୁଲ୍ ଖାନ୍, ଜମିର୍ ଶାହା ଓ ଶିରାଜ ଶାହା ଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୮/୨/୨୦୨୧----୧,୦୦




