ads

Breaking News

ସତ୍ୟବାଦୀ ବ୍ଳକରେ ସେବା ସମବାୟ ସମିତିରେ ଗୋଦାମ ଘର ଓ ରାସ୍ତା ନଥିବାରୁ ସବୁଦିନ ଚାଲିଛି ଧାନମଣ୍ଡି ; ଗୋଦାମ ଗୃହ ଓ ରାସ୍ତା ତୁରନ୍ତ ମରାମତି କରିବା ପାଇଁ ଦାବି


 ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲାରେ  ଧାନ ବିକ୍ରୟରେ ଚାଷୀ ମାନେ ହଇରାଣ ହେଉଥିବା ଜଣାପଡିଛି । କେଉଁଠାରେ ଧାନ ମଣ୍ଡି ଖୋଲୁନାହିଁ ତ କେଉଁଠାରେ ମିଲର ସଠିକ ସମୟରେ ଆସୁନାହିଁ । ଏହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ରାଜ୍ୟ ସରକାର ଧାନ ମଣ୍ଡି ଠାରେ ଚାଷୀ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲ୍ୱଧ ରହିଛି ବୋଲି ଘୋଷଣା କରିଛନ୍ତି ।  ମାତ୍ର  ତାହା ସମ୍ପର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଧାନମଣ୍ଡି ରହିଛି ସେଠାକୁ ଯିବାକୁ ଭଲ ରାସ୍ତା ନାହିଁ, ବା ଚାଷୀ ମାନଙ୍କ ପାଇଁ ଗୋଦାମ ଘର ନାହିଁ । ଯାହା ଫଳରେକି ସବୁ ଦିନ ମିଲର ଗାଡି ପଠାଉଛି ଓ ସବୁଦିନ ଚାଷୀ ଧାନ ବିକ୍ରୟ କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ବଳରାମପୁରଗଡ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଯିବା ପାଇଁ ଭଲ ରାସ୍ତା ନ ଥିବା ବେଳେ ଧାନ ମଣ୍ଡିରେ ଗୋଦାମ ଗୃହ ନାହିଁ । ଯାହା ଫଳରେକି ସରକାରୀ ଛୁଟିଦିନ ବ୍ୟତିତ୍ୟ ଅନ୍ୟ ଦିନ ମାନଙ୍କରେ ଧାନମଣ୍ଡି ଚାଲିଛି । ସତ୍ୟବାଦୀ ବ୍ଳକରେ ଏହି ଗୋଟିଏ ସମବାୟ ସମିତି ଯେଉଁଠାରେ ସବୁଦିନ ଧାନ କିଣାବିକା ହେଉଛି । ଏହି ସମିତି ଉପରେ ବଳରାମପୁରଗଡ ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ନିର୍ଭର କରିଥାନ୍ତି ।  ଚଳିତବର୍ଷ ୪୬୦ ଜଣ ଚାଷୀ ଧାନ ବିକ୍ରି କରିବାକୁ ନାମ ପଞ୍ଜିକରଣ କରିଛନ୍ତି । ୫ହଜାର ୮ଶହ କ୍ୟୁଣ୍ଟାଲ ଧାନ କିଣାବା ପାଇଁ ଟାର୍ଗେଟ ରହିଥିବା ବେଳେ ଏବେ ୪ହଜାର ୯୦୬ କ୍ୟୁଣ୍ଟାଲ ୯୦ କେଜି ଧାନ ସେବା ସମବାୟ ସମିତି କିଣି ସାରିଛି । ସେହିପରି ୯୧ ଲକ୍ଷ ଟଙ୍କାରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାସାରିଛି ବୋଲି ସମବାୟ ସମିତିର ସମ୍ପାଦକଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ସୁଆଣ୍ଡୋ ବ୍ରିଜ ଠାରୁ ସେବା ସମବାୟ ସମିତିପର୍ଯ୍ୟନ୍ତ ରାସ୍ତା ଖାଲ ଖମାରେ ପରିପୂର୍ଣ୍ଣ । ଏହି ରାସ୍ତାଟି ସାକ୍ଷୀଗୋପାଳ ଗ୍ରାମ୍ୟ ଗୃହ ନିର୍ମାଣ ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଏହି ରାସ୍ତା ସମ୍ପର୍କରେ ବିଧାୟକ ବାରମ୍ବାର କାମ କରିବା ପାଇଁ କହିଥିଲେ ମଧ୍ୟ ବିଭାଗୀୟ ଜେଇ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ କହନ୍ତି । ସେଥିଯୋଗୁ ଉକ୍ତ ସମବାୟ ସମିତି ଠାରୁ ଧାନ ନେଉଥିବା ମିଲର ଏବେ ଏହି ରାସ୍ତା ଯୋଗୁ ବଡ ଗାଡି  ନ ଯାଇ ପାରିବାରୁ ପ୍ରତଦିନ ଛୋଟ ଗାଡି ପଠାଉଛନ୍ତି । ଯାହା ଫଳରେକି ପ୍ରତିଦିନ ଏଠାରେ ଧାନ ମଣ୍ଡି ହେଉଛି । ଅନ୍ୟ ପକ୍ଷେ ସମବାୟ ସମିତିର ଥିବା ଗୋଦାମ ଗୃହ ଫନି ବାତ୍ୟାରେ ଟିଣ ଉଡିଯିବା ଫଳରେ ଗୋଦାମ ଗୃହ ସେହିପରି ଭଙ୍ଗାରୁଜା ହୋଇ ପଡିରହିଛି । ସରକାର ସମସ୍ତ ଧାନ ମଣ୍ଡିରେ ଚାଷୀଙ୍କ ପାଇଁ ଗୋଦାମ ଗୃହ ସହ ଧାନ ରଖିବା ପାଇଁ ସୁବିଧା କରିଛନ୍ତି ବୋଲି କହୁଥିବା ବେଳେ ଏଠାରେ ତାହା ସମ୍ପୁର୍ଣ୍ଣ ବିଫଳ ବୋଲି ଜଣାପଡିଛି । ଯାହାକୁ ନେଇ ଚାଷୀ ମାନେ ଅସନ୍ତୋଷ ପ୍ରକାଶ ପାଇଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୧------୯,୧୦

ads

Blog Archive