ads

Breaking News

ଵରୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ : ଜିଲ୍ଲାପାଳ



ବରୀ- ଯାଜପୁର ଜିଲ୍ଲାପାଳ  ଚକ୍ରବ୍ରତୀ  ସିଂ  ରାଠୋର ଆଜି ବରୀ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ  ବୁଲି ଦେଖିଥିଲେ।ଏହି କ୍ରମରେ ପ୍ରଥମେ ଅଟିରା ପଞ୍ଚାୟତର ସନ୍ଥନ ଠାରେ ନିର୍ମାଣ ହେବାକୁ ଯାଉଥିବା ଆଦର୍ଶ ବିଦ୍ୟାଳୟ , ବରୀ ବଜାର ନିକଟସ୍ଥ ଜମ୍ମୁଢୀଅ  ଠାରେ ହେବାକୁ ଥିବା ହାଟ ର ଜାଗାକୁ ପରି ଦର୍ଶନ କରିଥିଲେ । ପରେ ସେଠାରୁ କଳା ମାଟିଆ ଗ୍ରସ୍ତକରି ଶହିଦ ପୀଠରେ ଶହିଦ ସ୍ମୃତି ସ୍ତମ୍ବରେ  ମାଲ୍ୟ ଅର୍ପଣ କରିବା ସହିତ ସହିଦ  ପୀଠରେ  ନିମାର୍ଣ  ପାଚେରୀ ବିଷୟରେ ଉପସ୍ଥିତ ଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବରୀପାଳ ସ୍ଥିତ ଶହୀଦ  ସ୍ମୃତି  ଭବନ ଓ ନିର୍ମାଣ ହେଉଥିବା ଏଡିଟରୀୟମର କାର୍ଯ୍ୟ କୁ ଦେଖିବା ସହ ଭବନର ଆବଶ୍ୟକ  ଉପକରଣ  ଉପରେ ତର୍ଜମା  କରିଥିଲେ, ରତ୍ନଗିରି  ବୌଦ୍ଧ ପୀଠ ,ବାଲିଆ  ସ୍ଥିତ  କବି ଅଭିମନ୍ୟୁ ସାମନ୍ତ ସିଂହାର ପୀଠ  ବିକାଶ  କୁ  ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ।  ଏହି ଗ୍ରସ୍ତରେ ଜିଲ୍ଲାପାଳ ଙ୍କ ସହିତ ବରୀ ବିଧାୟିକା ସୁନନ୍ଦା ଦାସ ଉପସ୍ଥିତ ରହି ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ତହସିଳିଦାର ସରୋଜ କାନ୍ତ ନାୟକ, ବିଧାୟିକା ଙ୍କ ପ୍ରତିନିଧି  ଦେବେନ୍ଦ୍ର  ଦାସ ,  ସରପଞ୍ଚ ସନ୍ତୋଷ ସାମଲ ପ୍ରମୁଖ  ଉପସ୍ଥିତ ରହିଥିଲେ।
ବରୀ ରୁ ଦର୍ଶନ ବେହେରା , ୭/୨/୨୦୨୧------- ୧୨,୪୦

ads

Blog Archive