ଅଲ ଇଣ୍ଡିଆ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ଚକା ବନ୍ଦ ପାଳନ
ଯାଜପୁର--- କେନ୍ଦ୍ର ସରକାରଙ୍କ ଚଳିତ ନୂତନ କୃଷି ବିଲ କୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ମାନଙ୍କ ପକ୍ଷରୁ ଦିଲ୍ଲୀରେ ବିରୋଧ କରାଯାଇଛି । ଆଜି ୩ ଘଣ୍ଟିଆ ଦେଶ ବ୍ୟାପି ଚକା ଜାମ ଓ ବିକ୍ଷୋଭ ଲାଗି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାଵ ଦେଖିବାକୁ ମିଳିଛି । ବିଶେଷ କରି ପାଣିକୋଇଲି ଓ ଯାଜପୁର ରୋଡ ଚଣ୍ଡିଖୋଲ ବରୁଆଁ ଠାରେ ଚକା ଯାମ ବନ୍ଦ ଡାକରା ର ପ୍ରଭାବ ପଡିଥିବା ବେଳେ, ଏହି ଜନ ଗହଳି ପୂର୍ଣ୍ଣ ଚଣ୍ଡିଖୋଲ ଓ ଜାରକା ଦେଇ ଯାଇଥିବା ୧୬ ନମ୍ବର ଏବଂ ୫୩ନମ୍ବର ଜାତୀୟ ରାଜ ପଥକୁ ଶତାଧିକ ଚାଷୀ ମାନେ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପୂର୍ଣ ବନ୍ଦ କରିଥିଲେ ।ଫଳରେ ଶହ ଶହ ଟ୍ରକ, ବସ ରାସ୍ତାରେ ଅଟକି ରହି ଥିବା ବେଳେ,ବିଭିନ୍ନ ନାରା ବାଜୀ ଦେବା ସହିତ କେନ୍ଦ୍ର ସରକାର ଙ୍କ କମ୍ପାନୀ ପ୍ରୀତି କୁ ଦୃଢ ନିନ୍ଦା କରିଥିବା ଦେଖିବାକୁ ମିଳିଛି ।
ଯାଜପୁର ରୁ ଶିବ କେତନ ମହାନ୍ତିଙ୍କ ରିପୋର୍ଟ,୬/୨/୨୦୨୧----୫,୨୦



