ads

Breaking News

୧୭ତମ ବାସୁଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


 ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମର ବାସୁଦେବ ଯୁବକ ସଂଘ ପକ୍ଷରୁ ୧୭ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରାମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର କୋଠର ସଭାପତି ରବୀନ୍ଦ୍ର କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସାନୁଆ କ୍ରିକେଟ କ୍ଳବ ସହିତ ବୁଢ଼ାକେରା କ୍ରକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ସାନୁଆ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୯ ଉଇକେଟ ହରାଇ ୮୪ ରନ କରିଥିଲେ । ଜବାବରେ ବୁଢ଼ାକେରା ଦଳ ସମସ୍ତ ଉଇକେଟ ହରାଇ ୭୭ ରନ କରିଥିଲେ । ୭ ରନରେ ସାନୁଆ କ୍ରିକେଟ ଦଳ ବିଜୟୀ ହୋଇଥିଲେ । ଅନ୍ୟ ଏକ ମ୍ୟାଚ ବାଗଲପୁର ସହିତ ମାଠସାହି କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଗଲପୁର ଦଳ ବ୍ୟାଟିଂ କରି ୮ ଓଭରରେ ୬୭ ରନ କରିଥିଲେ । ଜବାବରେ ମାଠସାହି ଦଳ ୭ ଓଭରରେ ୬ ଉଇକେଟ ହରାଇ ୬୮ରନ କରିଥିଲେ ।୪ଉଇକେଟରେ ମାଠସାହି କ୍ରିକେଟ ଦଳ ବିଜୟୀ ହୋଇଥିଲେ । ଅଭୟ କୁମାର ପରିଡା ଓ ରାମଚନ୍ଦ୍ର ବେହେରା ମ୍ୟାଚ ପରିଚାଳନା କରିଥିଷଲ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୨/୨୦୨୧, -----୯,୦୦

ads

Blog Archive