ଇଞ୍ଜିନିୟର ଛାତ୍ରୀ ଲୋଜିଙ୍କୁ ଡି. ଏମ.କେ ଦଳର ସାଂସଦ ୧ଲକ୍ଷ ଟଙ୍କକା ସହାୟତା ପ୍ରଦାନ କଲେ
ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତର ଗୋରଡାପୀଢ଼ି ଗ୍ରାମର ଲୋଜି ବେହେରା ଗ୍ରାମରେ ଚାଲିଥିବା ମନରେଗା କାର୍ଯ୍ୟରେ ଅଣକୁଶଳୀ ଶ୍ରମିକ ଭାବେ କାର୍ଯ୍ୟକରୁଥିଲେ । ସେ ଜଣେ ଇଞ୍ଜନିୟର ଛାତ୍ରୀ ବୋଲି ଜଣାପଡିଥିଲା । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବର ଜାଣି ଡି. ଏମେ.କେ ଦଳର ସାଂସଦଡ. ଏସ ସେନ୍ଥିଲ କୁମାର ଓ ତାଙ୍କର ବ୍ୟକ୍ତିଗତ ସଚ୍ଚିବ ଆର.ଜେ ବାବୁଙ୍କ ସହିତ ଶନିବାର ଡେଲାଙ୍ଗ ବ୍ଳକ ଚାଇଁପୁର ଗ୍ରାମ ପଞ୍ଚାୟତର ଗୋରଡାପୀଢ଼ି ଗ୍ରାମରେ ପହଞ୍ଚିଥିଲେ । ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାଂସଦ ଲୋଜିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେ ଆଗେଇ ଆସିଥିବା କଥା ଗ୍ରାମବାସୀ ଓ ଲୋଜି ପରିବାରଙ୍କ ଆଗରେ ପ୍ରକାଶ କରିଥିଲେ । ବିଶେଷ କରି ଲୋଜି ଉଚ୍ଚଶିକ୍ଷା କରିବା ପାଇଁ ସେ ଏକଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏହିପରି ଲୋଜି ପରି ଆଶା ରଖିଥବା ଯୁବତୀ ମାନଙ୍କୁ ସାହାର୍ଯ୍ର କରିବାକୁ ରାଜନୈତିକ ନେତା ମାନେ ଆଗେଇ ଆସିବା ପାଇଁ ଡି.ଏମ. କେ ସାଂସଦ କହିଥିଲେ । ଲୋଜି ଉଚ୍ଚ ଶିକ୍ଷିତା ପାଇଁ ପାଠ ପଡିବା ପାଇଁ ଆବଶ୍ୟକ ପଡିଲେ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିଲେ । ସରପଞ୍ଚଙ୍କ ପୁଅ ଆଶୁତୋଷ ପରିଡା ଚେନ୍ନାଇରେ ରହୁଥିବା ଜାଣି ତାଙ୍କ ସହିତ ତାମିଲ ଭାଷାରେ କଥା ହୋଇଥିଲେ । ଶେଷରେ ସ୍ଥାନୀୟ ସରପଞ୍ଚ ଶ୍ରୀ ପରିଡାଙ୍କ କାର୍ଯ୍ୟକଳାପ ଦେଖି ଖୁସି ହେବା ସହ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୨/୨୦୨୧----୮,୫୫



