ads

Breaking News

ଲୁଣା ନଦୀ ଉପରେ ସେତୁ ନିର୍ମାଣ ହେବା ପାଇଁ ଜମି ଚିହ୍ନଟ; ଗ୍ରାମାବସୀଙ୍କ ସହମତିରେ ହେବ ସେତୁ

 


ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ଦକ୍ଷିଣକେରା ଗ୍ରାମ ମୁଣ୍ଡରେ ଥିବା ଲୁଣାନଦୀ  ଉପରେ ଏକ ସେତୁ ନିର୍ମାଣ କରାଯିବା ପାଇଁ ଗ୍ରାମ୍ୟସଭାରେ ନିସ୍ପତି ହେବା ସହ ସ୍ଥାନ ନିରୁପଣ କରାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ  ଏହି ସେତୁ ନିର୍ମାଣ ହେଲେ ସତ୍ୟବାଦୀ ବ୍ଳକର ଶୁକଳ, କଣାସ ଓ ବ୍ରହ୍ମଗିରି ବ୍ଳକ ସହିତ ସଂଯୋଗ ହୋଇ ପାରିବ । ଏହି ସେତୁ ନିର୍ମାଣ ପାଇଁ ଦୀର୍ଘଦିନ ହେବ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନିକଟରେ ଦକ୍ଷିଣକେରା ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସିଥିଲା । ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଯନ୍ତ୍ରୀ ମୁକ୍ତକାନ୍ତ ପାଲ ଶନିବାର ଉକ୍ତ ଗାମକୁ ଗସ୍ତ କରି  ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତଙ୍କ ସହମତିରେ ଉକ୍ତ ସେତୁ ନିର୍ମାଣ କରିବା ପାଇଁ ଜମି ଚିହ୍ନଟ କରାଯାଇଥିଲା । ଜମି ଚିହ୍ନଟ ହେବା ପରେ ଗ୍ରାମବାସୀ ମାନଙ୍କ ପକ୍ଷରୁ  ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ସେତୁ ନିର୍ମାଣ କରାଗଲେ ବ୍ରହ୍ମଗିରି ବ୍ଳକର ଗୋବିନ୍ଦପୁର, ମନାପୁର, ପ୍ରଧାନ ପଡା, ବାହ୍ମଣପଡା, ଗୋଦରାବିନ୍ଦା, ଚଣ୍ଡପଡା, ଅଇନପୁର, ମୁଣ୍ଡାଳଜାଡିପୁର, କଣାସ ବ୍ଳକର ଅଣ୍ଡଳସିଂ, ବିଜିପୁର, ଜଗନ୍ନାଥପୁର ସହିତ ସତ୍ୟବାଦୀ ବ୍ଳକର ଶୁକଳ ଓ ଆଳିସ ଗ୍ରାମର ଶତାଧିକ ଗ୍ରାମବାସୀଙ୍କର ଗମାନା ଗମନ ସୁବିଧା ହୋଇ ପାରିବ ବୋଲି ଜଣାପଡିଛି । ଶୁକଳ ସମିତିସଭ୍ୟ ଜଳନ୍ଦର ସେଠୀଙ୍କ ସହିତ ବସନ୍ତ କୁମାର ବିଶ୍ୱାଳ, ଧନେଶ୍ୱର ସାହୁ, କାଳୁ ଚରଣ ପ୍ରଧାନ, ମାଧବ ସାହୁ, ମାଗୁଣି ସାହୁ, ହୃଷିକେସ ସାହୁ, ମାକଣ୍ଡ ସାହୁ ଙ୍କ ସହିତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୨/୨୦୨୧, -----୯,୦୦

ads

Blog Archive