ପୁରାତନ ଛାତ ଛାତ୍ରୀ ମାନଙ୍କର ବନ୍ଧୁ ମିଳନ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ସ୍ଥିତ ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ୧୯୮୮ ମସିହାର ପୁରାତନ ମାଟ୍ରିକ ବ୍ୟାଚର ଛ୍ରାତ ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ମୋରଡପଡା ଗ୍ରାମ ସ୍ଥିତ ଶ୍ରୀ ଗୋପାଳଭଜନ ଧାମରେ ୩୨ ପରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ବନ୍ଧୁ ମିଳନରେ ମୁଖ୍ୟ ଅତିଥି ଭାବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଛତିଶା ନିଯୋଗର ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ଯୋଗ ଦେଇ ଆମ ସଂସ୍କୃତି, ଆମ ପରମ୍ପରା ସହିତ ଆମ ଶ୍ରୀ ଜଗନ୍ନାଥ ସଂସ୍କୃତି ପରି ଅନ୍ୟ କେଉଁଠି ଏହି ସଂସ୍କୃତି ବା ପରମ୍ପରା ନାହିଁ ବୋଲି ସେ କହିଥିଲେ । ସୁରେଶ ମିଶ୍ର, ରଶ୍ମିରେଖା କର, ବିଜୟ ହୋତା ଓ ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୧----୮,୫୦



