ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସମ୍ପର୍କରେ ଜନସଚେତନତା
ସାକ୍ଷୀଗୋପାଳ ---- କୁନି କୁନି ପିଲା ମାନଙ୍କୁ ନେଇ ପରିବେଶ ସୁରକ୍ଷା ସହିତ ବୃକ୍ଷରୋପଣ କରିବା ସମ୍ପର୍କରେ ଏକ ଜନସଚେତନତା ସୃଷ୍ଟି କରାଯାଇଛି । ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ଗ୍ରାମର ଡଃ ଶାନ୍ତିଲତା ଅଧିକାରୀ ପିଲା ମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସମ୍ବର୍ନ୍ଦରେ ଏକ ବକ୍ୁତା ପ୍ରତିଯୋଗିତା କରିବା ସହ ଚିତ୍ରାଙ୍କନ କରାଇଥିଲେ । ବିଶେଷ କରି ପିଲା ମାନଙ୍କ ମଧ୍ୟରେ ଏବେ ଠାରୁ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇ ପାରିଲେ ଆଗାମି ଦିନରେ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ଡଃ ଅଧିକାରୀ ଆଶା ପ୍ରକାଶ କରିଛନ୍ତି । ତାଙ୍କର ଏହିପରି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ ଆଲେଚନାର ବିସୟ ହୋଇପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୧----୮,୫୦



