ଚାଷ ଓ ଚାଷୀର ଉନ୍ନତି ପାଇଁ ନାଚ, ଗୀତ ସହିତ ସଚେତନତା ରଥ ବୁଲିଲା
ସାକ୍ଷୀଗୋପାଳ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଚାଷୀ ଓ ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପନ୍ଥା ଆପଣେଇଛନ୍ତି । ସେଥି ମଧ୍ୟରୁ ନାଚଗୀତ ସହିତ ରଥ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଉଛି । ମଙ୍ଗଳବାର ଦିନ ସତ୍ୟବାଦୀ ବ୍ଳକର ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ସୁଆଣ୍ଡୋ ସହିତ ଆଖ ପାଖ ୧୦ ଗୋଟି ଗ୍ରାମ ଏହି ସଚେତନତା ରଥ ପରିକ୍ରମା କରିବା ସହ ଚଢ଼େଇଆ ନାଚଗୀତ ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନତା କରାଯାଇଥିଲା । ବିଶେଷ କରି ଜମିରେ ଜଳ ସେଚନ, ବିହନ ବିଶୋଧନ, ଉନ୍ନତ ବିହନ ବ୍ୟବହାର , ମାଟି ପରୀକ୍ଷା, ମାଟିର ଯତ୍ନ, ସନ୍ତୁଳିତ ସାର ପ୍ରୟୋଗ, ଜୈବିକ ସାର ପ୍ରୟୋଗ, ନାବାର୍ଡ ପକ୍ଷରୁ ଋୁଣପ୍ରଦାନ ସହିତ ଗୋଷ୍ଠୀ ଗଠନ ଆଦି ସମ୍ପର୍କରେ ସଚେତନତା କରାଯାଇଥିଲା । ନେହା ମହାରଣା ଓଜଗବନ୍ଧୁ ସ୍ୱାଇଁ ଚଢ଼େଇଆ ବେଶରେ ନୃତ୍ୟ ଗୀତ କରିଥିଲେ । ସତ୍ୟବାଦୀ କୃଷି ବିଭାଗ ପକ୍ଷରୁ ଗ୍ରାମ୍ୟ କୃଷି କ୍ଷେତ୍ର କର୍ମଚାରୀ ନିବେଦିତା ଦ୍ୱିବେଦୀ ଓ ରଶ୍ମିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଚନାଯୋଗ୍ୟ ଯେ ଭୂବନେଶ୍ୱର ବରମୁଣ୍ଡା ନିକଟ ପପେଟର ଡାଇରେକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ, ଓ ଅତିରିକ୍ତ ଡାଇରେକ୍ଟର ଲିତାରାଣୀ ଜେନା ଏହି କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର ଦାୟତ୍ୱ ନେଇଥିବା କୃଷି କର୍ମଚାରୀଙ୍କ ଠାରୁ ସୁଚନା ମିଳିଛି । କୃଷକ ସାଥୀ କାହ୍ନୁଚରଣ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୨/୨୦୨୧----୪,୧୫




