ads

Breaking News

କନ୍ଧ ରୀତିନୀତି ରେ ଜୋଟଘାଟ ବିବାହ କଲେ ଚାକିରୀଆ ଯୁବକ ଯୁବତୀ



ବଙ୍ଗୋମୁଣ୍ଡା-ଆଦିବାସୀ,ସଂସ୍କୃତି,ପ୍ରଥା ପରମ୍ପରା ର ସ୍ୱତନ୍ତ୍ରତା ରହିଛି । ଆବାହମାନ କାଳରୁ ଚଳିଆସୁଥିବା ଏହି ପରମ୍ପରା ଆଧୁନିକତାର ଛାପରେ ପ୍ରଭାବିତ ହେଉଛି ।ଆଦିମ  ଚଳଣି,ରୀତିନୀତି,ସଂସ୍କୃତି, ପ୍ରଥା, ପରମ୍ପରା ସାମାଜିକ ଜୀବନ କୁ ସମୃଦ୍ଧ କରିବା ସହ ସାମାଜିକ ଏକତା କୁ ଅକ୍ଷୁର୍ଣ୍ଣ ରଖିପାରିଥିଲା ।ପାଶ୍ଚାତ୍ୟ ସଭ୍ୟତା  ବ୍ୟାପକ ମାତ୍ରାରେ ଗ୍ରାସ କରିଆସୁଥିବା ବେଳେ ପ୍ରଥା ପରମ୍ପରା ହଜିବାକୁ ବସିଛି । ବର୍ତ୍ତମାନ ର ଯୁବପୀଢି ପାଶ୍ଚାତ୍ୟ ସଭ୍ୟତା କୁ ବହୁଳ ମାତ୍ରା ରେ ଅନୁକରଣ କରୁଛନ୍ତି । ପ୍ରଥା ପରମ୍ପରା କୁ ବଜାୟ ରଖିବା ପାଇଁ ଆଗେଇ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଚାକରିଆ ଦମ୍ପତ୍‌ି ।  ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ର ଆଦିବାସୀ ବହୁଳ ବଡଗମଡା ଗ୍ରାମ ର ଉପେନ୍ଦ୍ର ଭୋଇ ଏବଂ ଶ୍ରୀମତି ଭୋଇ ଙ୍କ ସାନପୁଅ ପୂର୍ଣ୍ଣଚନ୍ଦ୍ର ଭୋଇ । ବର୍ତ୍ତମାନ ଟିଟିଲାଗଡ ର ଉପଖଣ୍ଡସ୍ତରୀୟ ଡାକଘର ରେ ଡାକ ପରିଦର୍ଶକ ଭାବେ କାର୍ଯ୍ୟ କରନ୍ତି ।ସେ ନିଜ ସଂସ୍କୃତି,ପ୍ରଥା ପରମ୍ପରା କୁ ବଞ୍ଚାଇବା ପାଇଁ କନ୍ଧ ରୀତିନୀତି ରେ ବିବାହ କରିଛନ୍ତି ।କଲାହାଣ୍ଡି ଜିଲା ମୋଟେର ଗ୍ରାମର ରାଧା ମୋହନ ଜାନୀ ଙ୍କ ଝିଅ ଚନ୍ଦ୍ରିକା ଜାନୀଙ୍କୁ ।ସେ ଶିକ୍ଷୟିତ୍ରୀ ଅଛନ୍ତି ।ଦୁଇ ଚାକିରିଆ ଦମ୍ପତି ନିଜ ସଂସ୍କୃତି କୁ ବଂଚାଇବା ପାଇଁ ସଂପୂର୍ଣ୍ଣ କନ୍ଧ ପ୍ରଥା, ପରମ୍ପରା ,ରୀତି ନୀତି  ରେ ଜୋଟଘାଟ ବିବାହ କରିଥିଲେ ।କନ୍ଧ ଜାତିର,ଜାନୀ,ଝାଙ୍କର ଙ୍କ ଉପସ୍ଥିତି ରେ ଉଭୟ ପକ୍ଷର ବୟୋଜୈଷ୍ଠ ବ୍ୟକ୍ତି ଙ୍କ ଉପସ୍ଥିତ ରେ ଉଭୟ ନବ ଦମ୍ପତି ଙ୍କୁ ଜୋଟଘାଟ ବିବାହ କରାଯାଇଥିଲା । ଆଧୁନିକତା ର ଚାକଚକ୍ୟ ଭିତରେ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରି ନିଜ ପ୍ରଥା,ପରମ୍ପରା,ସଂସ୍କୃତି କୁ ବଞ୍ଚାଇବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ବୋଲି କହନ୍ତି କନ୍ଧ ସଂସ୍କୃତି ଗବେଷକ ଡିଙ୍ଗର ଭୋଇ ।  ବଲାଙ୍ଗିର ରୁ ଅଶୋକ ଭୋଇଙ୍କ ରିପୋର୍ଟ,୯/୨/୨୦୨୧-----୧,୨୦

ads

Blog Archive