ads

Breaking News

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ଇତିହାସ ବହିରେ ତୃଟି; ସତ୍ୟବାଦୀରେ ଅସନ୍ତୋଷ ପ୍ରକାଶ


 ସାକ୍ଷୀଗୋପାଳ ----- ରାଜ୍ୟ ସରକାର ଦଶମ ଶ୍ରେଣୀ ପୁସ୍ତକ ଛପାଇ ବିକ୍ରୟ କରିଥିଲେ । ଅନ୍ୟ ପକ୍ଷେ କରୋନା ଯୋଗୁ ରାଜ୍ୟରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା । ବିଦ୍ୟାଳୟ ଖୋଲିବା ପରେ ପାଠ ପଢ଼ା ଆରମ୍ଭ ହୋଇଯାଇଛି । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୦ ମ ଶ୍ରେଣୀ ଇତିହାସ ବହିରେ ଅଭାବନୀୟ ତୃଟି ଦେଖାଯାଇଛି । ଇତିହାସ ବହିର ୧୩ ପୃଷ୍ଠାରେ ଏହି ତୃଟି ପରିଲକ୍ଷିତ ହୋଇଛି । ଉକ୍ତ ବହିରେ ଜାତୀୟତା ବାଦୀ ଶିକ୍ଷା ଦେବା ନିମନ୍ତେ ସାକ୍ଷୀଗୋପାଳ ଠାରେ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ସେତିକିରେ କଥା ସରିନାହିଁ କରୋନା ଯୋଗୁ ବିଦ୍ୟାଳୟ ବନ୍ଦ ରହିବାରୁ ରାଜ୍ୟ ସରକାର ୧୦ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର ହିତ ପାଇଁ “ ପରୀକ୍ଷା ଦର୍ପଣ ” ନାମକ ଏକ ଟ୍ରେଷ୍ଟ ପେପର ବୁସ୍ତକ ଛପାଇ ବିତାଣ କରିଛନ୍ତି । ଉକ୍ତ ବହିର ଇତିହାସ  ଓ ରାଜନୀତି ବିଜ୍ଞାନ ବିଷୟର ପ୍ରଥମ ଅଧ୍ୟାୟ ଅନ୍ତର୍ଗତ ଉତ୍ତର ମୂଳକ ପ୍ରଶ୍ନ ବିଭାଗରେ ସ୍ଥାନୀତ ନଂ୧ ‘କ’ ପ୍ରଶ୍ନର ଉତ୍ତରରେ ମଧ୍ୟ ସମାନ ତୃଟି ପରିଲକ୍ଷିତ ହୋଇଛି । ଏହି ଘଟଣାକୁ ନେଇ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ଅବିଭାବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି ।  ସୁଚନାଯୋଗ୍ୟ ଯେ ୧୯୦୯ ମସିହାରେ ଉତ୍କଳମଣି ଗୋପବନ୍ଧୁଦାସ ସାକ୍ଷୀଗୋପାଳରେ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ ।

ଏଥିରେ କୌଣସି ଦ୍ୱିମତ ନାହିଁ ।  ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏପରି ତୃଟି ପୂର୍ଣ୍ଣ ବହି କିପରି ପ୍ରକାଶ କରାଯିବା ଠିକ ହୋଇନାହିଁ ବୋଲି ବହୁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ଏହି ବହିରେ  ତୃଟି ଥିବା ସମ୍ପର୍କରେ ବହୁ କମ ଶିକ୍ଷ୍ରକ ଶିକ୍ଷୟତ୍ରୀ ଜାଣିଛନ୍ତି ମାତ୍ର ସେମାନେ ଭୟରେ ଏ ସମ୍ପର୍କରେ ପାଟି  ଖୋଲି ପାରୁନାହାନ୍ତି । ସେମାନଙ୍କୁ ଅଧିକାରୀଙ୍କ ଭୟ ରହିଛି । । ଅନ୍ୟ ପକ୍ଷେ ଉତ୍କଳମଣି  ଗୋପବନ୍ଧୁଙ୍କ ସମ୍ପର୍କରେ ଅବଗତ ନଥିବା ବା ଜାଣିଶୁଣି ସତ୍ୟବାଦୀ ଇତିହାସକୁ କଳଙ୍ମମୟ ସୃଷ୍ଟିକରିବାକୁ ଏପରି କରାଯାଇଥିବା କୁହାଯାଉଛି ।  ସତ୍ୟବାଦୀ ହାଇସ୍କୁଲ କାନ୍ଥରେ ଲେଖାଯାଇଛି ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ୧୨/୮/୧୯୦୯ ମସିହା । ଗୋପବନ୍ଧୁ ସାହିତ୍ୟ ମନ୍ଦିର ପକ୍ଷରୁ ପ୍ରକାଶିତ ଗୋପବନ୍ଧୁ ରଚନା ବଳୀରେ ମଧ୍ୟ ୧୯୦୯ ମସିହା  ଲିଖିତ ରହିଛି । ଏପରିକି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏ ସମ୍ପର୍କରେ ସମସ୍ତ ତଥ୍ୟ ରହିଛି । ଆମେ ଓଡିଆ ପୁସ୍ତକରେ ୧୯୦୯ ମସିହାରେ ବନ ବିଦ୍ୟାଳୟ ପ୍ରତିଷ୍ଠା ଇଲ୍ଲେଖ ରହିଛି । ତୁରନ୍ତ ରାଜ୍ୟଗଣଶିକ୍ଷା ମନ୍ତ୍ରୀ ସଚ୍ଚିବ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ଅ÷ଧିକାରୀ ମାନେ ଏହି ତୃଟି ସଂଶୋଧନ କରିବା ସହ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଜଣାଇବା ସହିତ ଇତିହାସ ଓ ପରୀକ୍ଷା ଦର୍ପଣ ପୁସ୍ତକ ସଂଶୋଧନ କରିବାକୁ ଶିକ୍ଷାବିତ ସଦାଶିବ ମିଶ୍ର, ବିଜୟ କୁମାର ଦାସ, ଆଇନଜୀବୀ, ଓଡିଆ ଗବେଷକ, ସାହିତ୍ୟକ ମାନଙ୍କ ପକ୍ଷରୁ ଦାବି ହୋଇଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୨/୨୦୨୧-------୧,୦୦

ads

Blog Archive