ads

Breaking News

ମନ୍ଦିର ଖୋଲିବା ଦାବିରେ ଘଣ୍ଟ ବଜାଇ ନବମ ଦିନର ପ୍ରତିବାଦ ସଭା


ସାକ୍ଷୀଗୋପାଳ ------ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସିଦ୍ଧ ବଳରାମଙ୍କ ମନ୍ଦିର ସମ୍ମୁଖରେ ଘଣ୍ଟ ବଜାଇ ନବମ ଦିନର ପ୍ରତିବାଦ ସଭା ଅନଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଆ ମନ୍ଦିର ସେବାୟତସଂଘର ସଭାପତି କାମେଶ୍ୱର ତ୍ରିପାଠୀ, ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଠିଆ, ସଚେତକ ସୁବାସ ଚନ୍ଦ୍ର ମିଶ୍ର, ରୁଦ୍ର ସେନାର ରାଜ୍ୟ ସଭାପତି ସଞ୍ଜୀବ କୁମାର ମିଶ୍ର, ରାଷ୍ଟୀୟ ମନ୍ଦିର ସଂଘର ଉପସଭାପତି କୃତିବାସ କର, ଓଡିଶା ବାହ୍ମଣମହାସଭା ମନ୍ଦିର ସେବାୟତ ରଞ୍ଜିତ ମହାପାତ୍ର ପ୍ରମୁଖ ଗରୁବାର ଦିନ ସିଦ୍ଧବଳରାମଙ୍କ ମନ୍ଦିର ସମ୍ମୁଖରେ ୯ ମିନିଟ ପର୍ଯ୍ୟନ୍ତ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଥିଲା । ଓଡିଶାରେ ବିଭିନ୍ନ ମନ୍ଦିର ଓ ମଠ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଘଣ୍ଟ ବଜାଇ ଦାବି କରାଯାଉଛି । ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହେବା ସହ ୨୦ ତାରିଖ ଭୁବନେଶ୍ୱରରେ ପ୍ରତିବାଦ ସଭା କରାଯିବା ସମ୍ପର୍କରେ ଆଲେଚନା କରାଯାଇଥିଲା । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts