ads

Breaking News

ଅଁଳା ନବମୀରେ ବନ୍ଧୁ ମିଳନ


 ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ଗ୍ରାମର ସ୍ୱାଇଁ ସାହିରେ ଅଁଳା ନବମୀ ପାଳନ କରାଯାଇଛି ।ଏହି ଅବସରରେ ସରୋଜ କୁମାର ସ୍ୱାଇଁଙ୍କ ଆହ୍ୱାନକ୍ରମେ ଗ୍ରାମର ଯୁବକ ଯୁବତୀ ମାନେ ଏକାଠି ହୋଇ ତାଳ ପୋଖରୀ ବନ୍ଧରେ ଥିବା ଅଁଳା ବୃକ୍ଷକୁ ଧୁପ,ଦୀପ,ଦୁବ ବରକୋଳି ପତ୍ର, ଅରୁଆ ଚାଉଳରେ ବନ୍ଦାପନା କରି ପୁଜା କରିଥିଲେ । ପରେ ପରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ରାଜେଶ କୁମାର ସ୍ୱାଇଁ,ଭାଗୀରଥି ପରିଡା,ପ୍ରମୋଦ କୁମାର ସ୍ୱାଇଁ,ଦେବରାଜ ସ୍ୱାଇଁ,ଗୋପାଳ ଜେନା ଆଇନିଜୀବି ସନ୍ତୋଷ କୁମାର ସ୍ୱାଇଁ,ମନୋରମା ସ୍ୱାଇଁ,କଳ୍ପନା ସ୍ୱାଇଁ,ସତ୍ୟଭାମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।  ପ୍ରକୃତୀବନ୍ଧୁ ବିଶ୍ୱଜିତ ପରିଡା ଅଂଳା ନବମୀରେ ଅଁଳା ବୃକ୍ଷର ଉପକାରିତା ଓ ପରିବେଶ ପାଇଁ ଏହାର  ଅବଦାନ ସମ୍ପର୍କରେ ସାମୟିକ ପରାମର୍ଶ ଦେଇଥିଲେ । ଘନଶ୍ୟାମ ସ୍ୱାଇଁ  ଧନ୍ୟବାଦ ଦେଇଥିଲେ ।   

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୦, ୫୦

ads

Blog Archive

Popular Posts