ads

Breaking News

ଖଣ୍ଡିଆନଈ ରେ "ମୋ ଗାଁ ରେ ତହସିଲ୍" କାର୍ଯ୍ୟକ୍ରମ ଅନୁଷ୍ଠିତ




କୋଦଳା -  ୨୯/୧୧/୨୦ ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନଙ୍କ ତତ୍ଵାବଧାନ ରେ "ମୋ ଗାଁ ରେ ତହସିଲ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର  ଅବନୀ କୁମାର ସାହୁ,ବିଡିଓ ବେଦବର ପ୍ରଧାନ, ଅତିରିକ୍ତ ତହସିଲଦାର  ଅଶୋକ କୁମାର ତ୍ରିପାଠୀ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ଦୋରା,ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ କେ. ବରିଡା ସରପଞ୍ଚ ଚୀତ୍ରସେନ ନାୟକ,କେ. ବରିଡା ସର୍କଲ୍ ର ରାଜସ୍ୱ ନିରୀକ୍ଷକ ମଳୟ କୁମାର ନାୟକ ଯୋଗଦେଇଥିଲେ!ଏଥିରେ ସମୁଦାୟ 73ଜଣ ଦରଖାସ୍ତ ଆହ୍ବାନ କରିଥିବା ବେଳେ 22ଜଣଙ୍କୁଘର ପଟା, 4ଜଣଙ୍କୁ ଗ୍ରାମ କଣ୍ଟକ, 16ଜଣଙ୍କୁ ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ବେଳେ ଈ ପାଉତୀ 66/-ଆଦାୟ ହୋଇଥିବା ଜଣାପଡିଛି । ସାଧାରଣ ଜନତା ତହସିଲ ନ ଦଉଡ଼ି ନିଜ ଗ୍ରାମ ରେ ସମସ୍ତ କାର୍ଯ୍ୟ ହେଉଥିବାରୁ ଗ୍ରାମ ବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ଆଗକୁ ମଧ୍ଯ ଏହି ସେବା ଯୋଗାଇଦିଆ ଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି ।
  କୋଦଳା ରୁ ଅଶୋକ କୁମାର ପାତ୍ର,୨୯/୧୧/୨୦୨୦, ୧୧,୦୫

ads

Blog Archive

Popular Posts