ads

Breaking News

ଫୁଲବାଣୀ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରୋଶ ମୂଳ ଭାଵେ ଆକ୍ରମଣ,,

କନ୍ଧମାଳ--- ଗତ ରଵିବାର ରାତ୍ର ୮  ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଓଡିଶା ଟୁ ଡେ ର ଵିରୋଚିଫ କିଛି ଅସାଧୁ ଯୁଵକ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିଥିଲେ । ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ସୁଡ୍ରୁକୁମ୍ପା ଗ୍ରାମପଞ୍ଚାୟତ ର ନେଡିଗୁଡା ଗାମର ଭାଗିରଥୀ ବେହେରା ଙ୍କ ମୃତ ଶରୀର କୁ ରାସ୍ତା ଉପରେ ରଖି ଅବରୋଧ କରିଥିଲେ ଗ୍ରାମ ଵାସୀ  । ଏହାର ଖବର ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଯାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖଜୁରୀପଡା ବ୍ଲକ ଵିଡିଓ ଓ ବ୍ଲକ ଅଧ୍ୟକ୍ଷ ଏବଂ ଫୁଲଵାଣୀ ସଦର SDPO ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ଯାଇଥିଲେ ।  ଲୋକମାନଙ୍କୁ ଵୁଝାସୁଜା କରିବାପରେ ଆନ୍ଦୋଳନ କାରି ରାସ୍ତା ରୁ ହଟିଥିଲେ ।  ପ୍ରତିଶୃତି ମଧ୍ୟ ଦେଇଥିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ପରିବାର କୁ ସଵୁସହଯୋଗ ପ୍ରଶାସନ ପକ୍ଷରୁ ମିଳିବ ଵୋଲି ପ୍ରତିଶ୍ରୁତି ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଶାସକ୍ତ ଅବସ୍ଥାରେ ଚନ୍ଦନ ଵେହେରା ଓ ଗଣେଶ ନାମକ ଯୁବକ ପ୍ରଶ୍ନ ପଚାରିବା ସହ ଯେ ଭାଗିରଥୀ ଙ୍କୁ  କିଛି ସାହାଯ୍ୟ ମିଳିଲା ନାହିଁ କାହିଁକି ଏ ନେଇ ଗଣମାଧ୍ୟମ ପ୍ରତିନିଧି ଓଡିଶା ଟୁ ଡେ ର ଵିରୋଚିଫ ଅଶୋକ ମିଶ୍ରଙ୍କ ପ୍ରଶ୍ନ ପଚାରିଥିଲେ ।  ଆପଣ ମାନେ ଯାଇ ଜିଲ୍ଲା ପ୍ରଶାସନ ପାଖକୁ ଯାଇ ନିଜର ଦୁଃଖ ଶୁଣାନ୍ତୁ ଯଦି ଜିଲ୍ଲା ପ୍ରଶାସନ ନ ଶୁଣିଲେ  ଆମେ ଆପଣଙ୍କ  ସମସ୍ୟା ଖବର କୁ ପରିବେଷଣ କରିବୁ ।ଏତିକି କହିବାପରେ ଜିଲ୍ଲା ପ୍ରତିନିଧି ଜଣଙ୍କୁ ମଦ୍ୟ ପାନ କରିଥିବା ଚନ୍ଦନ ଵେହେରା ଏଵଂ ଗଣେଶ  ନାମକ ଜଣକ ଖଲିଆ ବନ୍ଦ ସ୍ଥିତ ପୋଲିସ ଉପସ୍ଥିତ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ପାଇଁ ପଛେଇନଥିଲେ । ସେ ସଵୁ ପୋଲିସ ଦେଖି ମଧ୍ୟ ଚୁପ୍ ହୋଇ ପଳାଇଯାଇଥିଲେ ।  ତେଵେ ପ୍ରଶ୍ନ ଉଠୁଛି ଫୁଲବାଣୀ ପୋଲିସ ଏବଂ ଅସାଧୁ ବ୍ୟକ୍ତି  ସହ ମଧୁଚନ୍ଦ୍ରିକା ସମ୍ପକ ଅଛି ଵୋଲି ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି । ତେବେ ଗଣମାଧ୍ୟମ ପ୍ରତିନିଧିି୍ଙ୍କୁ ଅକ୍ରମଣ ଘଟଣା ସାରା ଜିଲ୍ଲା ରେ ନିନ୍ଦନୀୟ ଵୋଲି ଅଞ୍ଚଳ ବାସୀ କହୁଛନ୍ତି । ତେଵେ ଦେଖିବାକୁ ଵାକିରହିଲା ପୋଲିସ ଏ ଦିଗରେ କି କାଯ୍ୟନୁଷ୍ଠା ଗ୍ରହଣ କରୁଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା, ୧/୧୨/୨୦୨୦---୧୨,୪୫

ads

Blog Archive

Popular Posts