ads

Breaking News

ଭୀମପୁର ଗ୍ରାମରେ କରୋନା ସଚେତନତା ଓ ମାସ୍କ ବଣ୍ଟନ

 ସାକ୍ଷୀଗୋପାଳ -----  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଭୀମପୁର ଗ୍ରାମରେ ବିଶ୍ୱନାଥ ରଥ ଫାଉଣ୍ଡେସନ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି । ଏହି ଅବସରରେ କୋଭିଡ-୧୯ ଅନୁଯାୟୀ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଡ. ବିଶ୍ୱନାଥ ରଥ ଯୋଗଦେଇ କରୋନା ଠାରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବା ସହ ନିଜ ନିଜ ପରିବାରକୁ ସୁରକ୍ଷିତ ରଖି ପାରିବ ସେ ଦିଗରେ ଆଲୋକପାତ କରିଥିଲେ । ସାମାଜିକ ଦୂରତା ରକ୍ଷା କରିବା, ଘରୁ ବାହାରିଲେ ନିଶ୍ଚିତ ମୁହଁରେ ମାସ୍କ ଲଗାଇବା, ବାରମ୍ବାର ସାବୁନରେ ହାତ ଧୋଇବା, ଘର ଓ ଗ୍ରାମକୁ ସ୍ୱଚ୍ଛତା ରଖିବା, ଜ୍ୱର ବା ଖାସ, ଛିଙ୍କ, ସ୍ୱାଦ ନ ଜାଣିପାରିବା, ଗୋଡ ହାତ ବିନ୍ଧା ହେବା ଆଦି ଲକ୍ଷଣ  ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଗ୍ରାମାବସୀଙ୍କୁ ସଚେତନତା କରାଯାଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ୨୭/୧୧/୨୦୨୦---୭,୫୦

ads

Blog Archive

Popular Posts