ads

Breaking News

ସଂକୀର୍ତ୍ତନ ମାଧ୍ୟମରେ ସଚେତନତା


 ଡେଲାଙ୍ଗ -----ପବିତ୍ର କାତ୍ତିକ ରାସ ପୂର୍ଣ୍ଣମୀ ଅବସରରେ ସବୁଜ ଡେଲାଙ୍ଗର ଆବାହକ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ଦ୍ୱାରା ସଂକୀର୍ତ୍ତନ ମାଧ୍ୟମରେ ବୃକ୍ଷ ରୋପଣ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୋଳକଣା ଗ୍ରାମର ପୂଜିତ ଐଶନ୍ୟଶ୍ୱର ଦେବଙ୍କ ପ୍ରାଙ୍ଗଣରୁ ଗାୟକ ଶିବ ମହାପାତ୍ର, ବାୟକ୍ରଦୀପ ଛାଟୋଇ, ପାଳିଆସନାତନ ପରିଡା, ଚକ୍ରଧର ମହାପାତ୍ର, ଗୋପିନାଥ ସାହୁ, ବିଶ୍ୱନାଥ ସାହୁ, ପ୍ରକାଶ ପରିଡା, ସୋମନାଥ ଛାଟୋଇ ପ୍ରମୁଖ ହାତରେ ଅଁଳା ବୃକ୍ଷ ଧରି ନାମଯଜ୍ଞକରି ଗ୍ରାମ ପରିକ୍ରମା କରିବା ସହ ବୃକ୍ଷ ରୋପଣ ପାଇଁ  ସଚେତନତା ବାର୍ତ୍ତା ସୃଷ୍ଟି କରିଥିଲେ । ଏହି ସମୟରେ ହରିବୋଲ, ହୁଳହୁଳି ମହିଳା ପୁରଷ ମାନେ ପକାଇ ଗ୍ରାମକୁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଶିଶୁର ଯନ୍ତ୍ର ନେବା ପରି ଗଛର ଯନ୍ତ୍ର ନେବାକୁ ଶ୍ରୀ ପାଢ଼ୀ ଗ୍ରାମବାସୀ ମାନଙ୍କୁ ନିବେଦନ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି . ୩୦/୧୧/୨୦୨୦---୮,୧୧

ads

Blog Archive

Popular Posts