ads

Breaking News

ସତ୍ୟବାଦୀରେ ଓଡିଆ କବି ସମ୍ମଳନୀ ୨୦୨୦ ଅନୁଷ୍ଠିତ ହୋଇଯାଇଛି


  ସାକ୍ଷୀଗୋପାଳ ------- ସତ୍ୟବାଦୀ ହାଇସ୍କୁଲ ପରିସରରେ ଓଡିଆ କବି ସମ୍ମଳନୀ କୋଭିଡ-୧୯ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ସମ୍ମଳନୀରେ ଯୋଗଦେଇଥିବା ଅତିଥି ମାନେ ବିଦ୍ୟାଳୟ ପରିସରରେ ପଞ୍ଚସଖା ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କବି ସମ୍ମଳନୀର ଆୟୋଜକ ଥିଲେ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଗବେଷଣା ପ୍ରତିଷ୍ଠାନ ସାକ୍ଷୀଗୋପାଳ । ଏଥିରେ ମୁଖ୍ୟ ଅତିଥି ଭାବେ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ କହିଥିଲେ ଜଣେ କବି ବା ଲେଖକ  ଯେଉଁଦିନ ସେ ଶପଥ ନେବ ମୁଁ  କବିତା ବା ଗଳ୍ପ ପୁସ୍ତକ ଛପାଇବି ସେ ଦିନ ସେ ତାର ଲକ୍ଷ୍ୟ ପଥରେ ପହଞ୍ଚି ପାରିବ । କବି ସବୁ ବେଳେ ସ୍ୱପ୍ନ ଦେଖେ ଅନ୍ୟ ମାନେ  ଶୋଇଲା ସମୟରେ ସ୍ୱପ୍ନ ଦେଖିଥାନ୍ତି ବୋଲି କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା ଯୋଗଦେଇ ସତ୍ୟବାଦୀର ଇତିହାସ ହେଉଛି କବିଙ୍କର ଯୁଗ ବା ସାହିତ୍ୟର ଯୁଗ ସେହି କବି ଓ ସାହିତ୍ୟକୁ ପୁଣି ଆଗେଇ ନେବା ପାଇଁ କରୁଥିବା ପ୍ର୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି ।  କବି ରବୀନ୍ଦ୍ର ନାଥ ଷଢ଼ଙ୍ଗୀ, ସତ୍ୟବାଦୀ ଦାଶ , ଅନୁଷ୍ଠାନର ସଭାପତି ସାଧୁ ଚରଣ  ବେହେରା ଯୋଗଦେଇଥିବା ବେଳେ କବି ତଥା ଗବେଷଣା   ପ୍ରତିଷ୍ଠାନର ଉପଦେଷ୍ଠା ସଚ୍ଚିକାନ୍ତ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ କବି ସମ୍ମଳନୀ ପରିଚାଳନା କରିଥିଲେ । ଏହି ଅବସରରେ ଡ. ଯୋଗେନ୍ଦ୍ର  ନାୟକ, ପ୍ରଶାନ୍ତ ବିଶ୍‌ାବଳ, ନିଲିମା ରଥ, ଶିକ୍ଷକ ଗୋବିନ୍ଦ୍ର ଚନ୍ଦ୍ର ପ୍ରଧାନ, ଯଯାତି କେଶରୀ ରାୟ, ଦୀନକୃଷ୍ଠ ଦାଶ ପ୍ରମୁଖ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ୧୪ଜଣ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିବାସହ ମାନପତ୍ର ପ୍ରଦାନ କରାଯାଇଥିଲା । ଦେବୀ ପ୍ରସାଦ ଘଟୁଆରୀ, ସୁବାସ ପ୍ରଧାନ, ବିଶ୍ୱଜିତି ପରିଡା, ତାପସ ବେହେରା, ସବାସ ବିଶ୍ୱାଳ, ପିୟନାଥ ପ୍ରଧାନ, ଶରତ ଚନ୍ଦ୍ର ରଥ, ସ୍ୱର୍ଣ୍ଣଲତା ବିଶ୍ୱାଳ, ଦୀପା ବେହେରା, ଭବାନୀ ସୁନ୍ଦରାୟ, ଗାୟତ୍ରୀ ବିଶ୍ୱାଳ ପ୍ରମୁଖ କବି ସମ୍ମଳନୀରେ  ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟ ଧନ୍ୟବାଦ ଦେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୭/୧୧/୨୦୨୦---୫,୫୦

ads

Blog Archive

Popular Posts