ads

Breaking News

ଡେଲାଙ୍ଗରେ ବ୍ରହ୍ମଚାରୀ ଜୟନ୍ତୀ ପାଳିତ

 ଡେଲାଙ୍ଗ----ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୧୧୬ତମ ଜୟନ୍ତୀ ଶିକ୍ଷାବିତ ଡମ୍ବୁରଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଡେଲାଙ୍ଗ ଷ୍ଟେସନ ସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେଲାଙ୍ଗ- ପିପିଲିର ଶିକ୍ଷକ ମାନେ ଯୋଗ ଦେଇଥିଲେ । ସ୍ୱର୍ଗତ ବ୍ରହ୍ମଚାରୀ ଶିଶୁ ସାହିତ୍ୟକ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ନେତା ଭାବେ ପରିଚିତ ଥିଲେ । ୧୯୫୭ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଗଠନ କରି ଶିକ୍ଷକଙ୍କ ସେବା ପାଇଁ ନିଜେ ଶିକ୍ଷକତା ଛାଡିଥିଲେ । ଏହି ସମୟରେ ନିଜର ପତ୍ନୀକୁ ହରାଇବା ପରେ ସେ ବ୍ରହ୍ମଚାରୀ ଦୀକ୍ଷା ଗ୍ରହଣ କରିଥିଲେ । କେନ୍ଦ୍ରପଡାର ବୋହଳି ପ୍ରାଥମିକ ବିଦ୍ୟାଳୟକୁ ତାଙ୍କ ସ୍ମୃତିରେ ବନମାଳୀ ମଡେଲ ହାଇସ୍କୁଲ ଭାବେ ନାମିତ କରାଯାଇଛି । କୋଭିଡ-୧୯ ଅନୁଯାୟୀ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଶିଧକ ରାମଚନ୍ଦ୍ର ଦାଶ, ପୀତବାସ ମହାନ୍ତି, ରାଜ କିଶୋର ପ୍ରଧାନ, ଯୁଧିଷ୍ଠିର ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ଅଭୟ ଚରଣ ସାହୁ, ରବୀନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ଛାଟୋଇ ମୋତିଲାଲ ରାୟ, ସନାତନ ସ୍ୱାଇଁ ପ୍ରମୁଖ ଶିକ୍ଷକ ମାନେ ଯୋଗଦେଇସ୍ୱର୍ଗତ ବ୍ରହ୍ମଚାରୀ ଙ୍କ ଶୈକ୍ଷିକ, ତ୍ୟାଗ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଶିକ୍ଷକ ଅଭୟ ସାହୁ ଧନ୍ୟବାଦ ଦେଇଥିଲେ ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts